ଅନଲକ ୫.୦ : ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ , ବାଣିଜ୍ୟ ପ୍ରଦର୍ଶନୀକୁ ବି ଅନୁମତି ମିଳିଲା 

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ଅନଲକ ୫.୦ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ୍  ଅକ୍ଟୋବର ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂତନ ଗାଇଡଲାଇନରେ ସରକାର ଆଉ କେତେକ କଟକଣାକୁ କୋହଳ କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏସବୁ ଗାଇଡଲାଇନ ଅନୁସାରେ ଆସନ୍ତା ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବ । ତେବେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଆସୁଥିବା ସିନେମା ହଲ ଗୁଡ଼ିକ ବନ୍ଦ ରହିବ ।

ଅନ୍ୟପକ୍ଷରେ ବାଣିଜ୍ୟିକ ପ୍ରଦର୍ଶନୀଗୁଡ଼ିକର ଆୟୋଜନକୁ ମଧ୍ୟ ଅନୁମତି ଦିଆଯାଇଛି । ଏଥିଲାଗି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏସଓପି ଜାରି କରିବ । ସେହିପରି କ୍ରୀଡ଼ାବିତଙ୍କ ଅଭ୍ୟାସ  ପାଇଁ ଉଦ୍ଦିଷ୍ଟ  ସ୍ୱିମିଂ ପୁଲ ମଧ୍ୟ ଖୋଲା ରହିବ  । ଏଥିପାଇଁ କେନ୍ଦ୍ର  କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯିବ ।  ମନୋରଂଜନ ପାର୍କ ଓ ସମାନ ଧରଣର ପାର୍କଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସଓପି ଜାରି କରିବ ।

ଅନ୍ୟପକ୍ଷରେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ରାଜ୍ୟ ସରକାରମାନଙ୍କୁ ଅକ୍ଟୋବର ୧୫ ପରେ କ୍ଷମତା ଦିଆଯାଇଛି ।  ତେବେ ଦେଶରେ ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ଅନୁମତି ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର