ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେଏମ୍ ଯୋଶେଫ୍ଙ୍କୁ ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ କଲେଜିୟମ୍ ସୁପାରିସକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିବାରୁ ଏହାକୁ ନେଇ ବିବାଦ ଲାଗି ରହିଛି। ଆଜି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି କୁରିଏନ୍ ଯୋଶେଫ୍ ଏହା ବିରୋଧରେ ମୁହଁ ଖୋଲିଛନ୍ତି। ଯୋଶେଫ୍ କହିଛନ୍ତି ଯେ କଲେଜିୟମ୍ ସୁପାରିସ୍କୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ଉଚିତ ନଥିଲା। ଏଭଳି ହେବା ଦ୍ୱାରା କେବଳ ଗୁଡ଼ାଏ ଅନାବଶ୍ୟକ ଆଲୋଚନା ହେଉଛି। ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବାପାଇଁ ଜଷ୍ଟିସ କେଏମ୍ ଯୋଶେଫ୍ଙ୍କ ନାମ ସୁପାରିଶ କରିଥିବା କଲେଜିୟମ୍ରେ ବିଚାରପତି କୁରିଆନ୍ ଯୋଶେଫ୍ ସଦସ୍ୟ ଅଛନ୍ତି। ଉଲ୍ଲେଖଯୋଗ୍ୟ ଚଳିତବର୍ଷ ଜାନୁଆରି ୧୦ ତାରିଖରେ ଜଷ୍ଟିସ କେଏମ୍ ଯୋଶେଫ୍ ଏବଂ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନାମକୁ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଥିଲେ। ତେବେ ଏହାର ତିନି ମାସ ପରେ କେନ୍ଦ୍ର ସରକାର ଗତ ଏପ୍ରିଲ ୨୬ ତାରିଖରେ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମକୋର୍ଟର ବିଚାରପତି ରୂପେ ନିଯୁକ୍ତି ପାଇଁ ମଞ୍ଜୁରି ଦେଇଥିଲେ। ଜଷ୍ଟିସ କେ ଏମ୍ ଯୋଶେଫ୍ଙ୍କ ନାମକୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ଖାରଜ କରିବା ସହ ବରିଷ୍ଠତା ଓ ଅନ୍ୟା ଆଧାରରେ ସେ ଆସୁନଥିା ଦର୍ଶାଇଥିଲେ। ତେବେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ପକ୍ଷପାତପୂର୍ଣ୍ଣ ବୋଲି ଦର୍ଶାଇ କେତେକ ମହଲ ଏହାର କଡ଼ା ସମାଲୋଚନା କରିଥିଲେ। ଜଷ୍ଟିସ୍ କେଏମ୍ ଯୋଶେଫ୍ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନକୁ ଟାଳି ଦେଇଥିବାରୁ କେନ୍ଦ୍ର ସରକାର ଯୋଶେଫ୍ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ସୁପାରିସକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ସରକାର ଏହାକୁ ଖଣ୍ଡନ କରି କହିଥିଲେ ଯେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହିଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
କଲେଜିୟମ ସୁପାରିସ ପ୍ରତ୍ୟାଖ୍ୟାନ ଉଚିତ ନଥିଲା: ଜଷ୍ଟିସ୍ ଯୋଶେଫ୍
କେନ୍ଦ୍ର ବନାମ୍ ନ୍ୟାୟପାଳିକା
/sambad/media/post_attachments/wp-content/uploads/2018/05/1523515265-kurian_joseph.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)