କାର୍‌ରୁ ‘ବୁଲ୍‌ ବାର୍‌’ ହଟାଇବାକୁ ଚାହୁଁଛନ୍ତି ସରକାର

ନୂଆଦିଲ୍ଲୀ: ଉଭୟ ପଥଚାରୀ ଏବଂ ଆରୋହୀଙ୍କ ପ୍ରତି ବିପଦର କାରଣ ହୋଇଥିବାରୁ କାର୍‌ଗୁଡ଼ିକରୁ ‘କ୍ରାସ୍‌ ଗାର୍ଡ’ ବା ‘ବୁଲ୍‌ ବାର୍‌’ ଖୋଲି ଦେବା ନିମନ୍ତେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଚାହୁଁଛି। କେବଳ ସେତିକି ନୁହେଁ ଏହା ମୋଟର୍‌ ଭେଇକ୍ଲ୍‌ ଆକ୍ଟ୍‌ର ଉଲ୍ଲଂଘନ ମଧ୍ୟ କରୁଛି। ଏଥିପାଇଁ ମନ୍ତ୍ରାଳୟ ସମସ୍ତ ରାଜ୍ୟ ସରକାରଙ୍କୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛି।

ଗାଡ଼ିଟି ତିଆରି ସମୟରେ ନିର୍ମାତା ସେଥିରେ ଯାହା ଯାହା ଖଞ୍ଜି ଥାଆନ୍ତି ତାହା ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟେ୍‌ରେ ଉଲ୍ଲେଖ କରାଯାଇଥାଏ। ତାହାକୁ ପରିବର୍ତ୍ତନ କରିବା ଅର୍ଥ ଭେଇକ୍ଲ୍‌ ଆକ୍ଟ୍‌ ଉଲ୍ଲଂଘନ କରିବା। ପ୍ରଥମ ଥର ଉଲ୍ଲଂଘନ ପାଇଁ ୧୦୦୦ ଟଙ୍କା ଏବଂ ପରେ ସେପରି କିଛି ଉଲ୍ଲଂଘନ ହୋଇଥିବା ଦୃଷ୍ଟିକୁ ଆସିଲେ ୨୦୦୦ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି।

ମଜାର କଥା ହେଲା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବହୁ ଗାଡ଼ିରେ ‘କ୍ରାସ୍‌ ଗାର୍ଡ’/‘ବୁଲ୍‌ ବାର୍‌’ ଲାଗିଛି। ଦୁର୍ଘଟଣା ସମୟରେ ଗାଡ଼ିର କ୍ଷୟକ୍ଷତି କମାଇବାକୁ ଗାଡ଼ି ମାଲିକମାନେ ଏ ସବୁ ଲଗାଇ ଥାଆନ୍ତି।

Image Courtesy of ARB

ସଡ଼କୁ ସୁରକ୍ଷା ବିଶେଷଜ୍ଞ ରୋହିତ ବାଲୁଜା କହନ୍ତି: ଗାଡ଼ିରେ କ୍ରାସ୍‌ ଗାର୍ଡ ଲଗାଇଲେ ତାହା ପଥଚାରୀ, ସାଇକେଲ୍‌ ଆରୋହୀ ଏବଂ ମଟରସାଇକେଲ୍‌ ଚାଳକଙ୍କ ପ୍ରତି ବିପଦର କାରଣ ହେଉଛି। ପ୍ରତି କାର୍‌ ଅନୁମୋଦିତ ଡିଜାଇନ୍‌ରେ ନିର୍ମିତ ହୋଇଥିବାରୁ ଏହା ବାହାରେ କୌଣସି ଜିନିଷ ଲଗାଇବାକୁ ଅନୁମତି ମିଳିବା ଅନୁଚିତ। କ୍ରାସ୍‌ ଗାର୍ଡର୍ ସବୁ କାର୍‌ ବଡିଠୁ ବହକି ରହିଥିବାରୁ ତାହା ଯାହା ଉପରେ ନାହିଁ ତାହା ଉପରେ ବାଜିବାର ସମ୍ଭାବନା ରହିଛି। ପଥଚାରୀମାନଙ୍କ ଉପରେ ଧକ୍କା ନ ବାଜିବାକୁ ଏବେ କାର୍‌ ଡିଜାଇନ୍‌ ପ୍ରସ୍ତୁତି ହେଉଥିବାବେଳେ ଏଭଳି ଚିଜ ଲଗାଇବା ନିଷିଦ୍ଧ କରାଯିବା ଦରକାର।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଚାହିଦା ବଢୁଥିବାରୁ ଗାଡ଼ିର ପାର୍ଟ ଭାବେ ଅଟୋ ନିର୍ମାତାମାନେ ବୁଲ୍‌ ବାର୍‌ ବିକ୍ରୟ କରୁଛନ୍ତି। ସରକାରୀ ଡାଟା ଅନୁସାରେ ୨୦୧୬ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ପଥଚାରୀ, ସାଇକେଲ୍‌ ଓ ମୋଟର୍‌ସାଇକେଲ୍‌ ଆରୋହୀ।

ସମ୍ବନ୍ଧିତ ଖବର