ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନର କୌଣସି ପ୍ରାବଧାନକୁ ମଧ୍ୟ ସରକାର ଦୁର୍ବଳ ହେବାକୁ ଦେବେନାହିଁ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସଂସଦରେ ସ୍ପଷ୍ଟ କରିଛନ୍ତି। ରାଜ୍ୟସଭାରେ ଆଜି ପ୍ରଶ୍ନକାଳରେ ଏସଂପର୍କିତ ଏକ ପ୍ରଶ୍ନର ଜବାବ ରଖି ରାଜନାଥ କହିଥିଲେ ଯେ ସମ୍ବିଧାନରେ ଏସ୍ସି/ଏସ୍ଟି ଅଧିନୟମରେ ଉପଲବ୍ଧ ସଂରକ୍ଷଣ ବ୍ୟବସ୍ଥାକୁ କୌଣସି ସଂଗଠନ କିମ୍ବା ଅନୁଷ୍ଠାନ ହଟାଇ ପାରିବେ ନାହିଁ। ଏସ୍ସିଏସ୍ଟି ଆଇନକୁ ଦୁର୍ବଳ ହେବାକୁ ଏନ୍ଡିଏ ସରକାର କଦାପି ସୁଯୋଗ ଦେବେ ନାହିଁ। ୨୦୧୫ରେ ଏନ୍ଡିଏ ସରକାର ଏ ବାବଦ ଅଧିନିମୟକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏଥିରେ ସଂଶୋଧନ କରିବା ସହିତ ପ୍ରଚଳିତ ନିୟମକୁ ମଧ୍ୟ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସୁନିଶ୍ଚିତ କରିଥିଲେ। ଏସ୍ସି/ଏସ୍ଟି ନିର୍ଯାତନା ଦୂରୀକରଣ ଆଇନରେ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟୁଥିବା ସଂକ୍ରାନ୍ତ ଏକ ପ୍ରଶ୍ନର ଜବାବରେ ରାଜନାଥ କହିଥିଲେ ଯେ ଏହି ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୀଘ୍ର ସମାଧାନ କରିବା ପାଇଁ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରାଯାଇଛି । ବିଗତ ୪ ବର୍ଷ ମଧ୍ୟରେ ଏସ୍ସି/ଏସ୍ଟିଙ୍କ ବିରୋଧରେ ଅତ୍ୟାଚାର ମାମଲା ବଢ଼ିଛି ବୋଲି ଜଣେ କଂଗ୍ରେସ ସାଂସଦଙ୍କ ଅଭିଯୋଗ ଉପରେ ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଅହିର କହିଥିଲେ ଯେ ଏନ୍ସିଆରବି ରେକର୍ଡ ଅନୁଯାୟୀ ଏସ୍ସି/ଏସ୍ଟିଙ୍କ ବିରୋଧରେ ଅପରାହ୍ନ ମାମଲରେ ବୃଦ୍ଧି ଘଟିଛି । ସରକାର ଏହାକୁ ରୋକିବା ପାଇଁ ସର୍ବଦା ଗୁରୁତ୍ୱର ସହ ଚିନ୍ତା କରିଛନ୍ତି ଏବଂ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।
ସଂସଦରେ ରାଜନାଥଙ୍କ ଘୋଷଣା : ଏସ୍ସି/ଏସ୍ଟି ଆଇନକୁ ଦୁର୍ବଳ ହେବାକୁ ଦିଆଯିବ ନାହିଁ
/sambad/media/post_attachments/wp-content/uploads/2018/07/rajnath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)