ଜମ୍ମୁ-କଶ୍ମୀରରେ ଅନେକ ବର୍ଷ ହେବ ବନ୍ଦ ଥିବା ସ୍କୁଲ ଓ ମନ୍ଦିରର ହେବ ସର୍ଭେ, ୫୦ହଜାର ବନ୍ଦ ଥିବା ମନ୍ଦିର ଦ୍ୱାର ପୁଣି ଖୋଲିବ

ଜମ୍ମୁ-କଶ୍ମୀର: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ନିଷ୍ପତ୍ତି ଆଧାରରେ ଆତଙ୍କବାଦୀଙ୍କ କାରଣରୁ ଅନେକ ବର୍ଷ ହେବ ବନ୍ଦ ଥିବା ସ୍କୁଲ ଓ ମନ୍ଦିରର ସର୍ଭେ କରାଯିବ।

ରାଜ୍ୟ ଗୃହମନ୍ତ୍ରୀ ଜି କିସନ୍‌ ରେଡ୍ଡିଙ୍କ କହିବାନୁସାରେ, ବନ୍ଦ ପଡ଼ିଥିବା ମନ୍ଦିର ଦ୍ୱାର ଏବେ ଭକ୍ତଙ୍କ ପାଇଁ ଖୋଲିବ। ସେହିପରି କଶ୍ମୀର ଘାଟିରେ ବନ୍ଦ ପଡ଼ିଥିବା ସ୍କୁଲ ସଂଖ୍ୟା ଜାଣିବା ପାଇଁ ସର୍ଭେ କରାଯିବ। ଏହି ପ୍ରସଙ୍ଗକୁ ନେଇ ଏକ କମିଟିର ଗଠନ ବି କରାଯାଇଛି। ଅନେକ ବର୍ଷ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ କାରଣରୁ ୫୦ହଜାର ମନ୍ଦିର ବନ୍ଦ ହୋଇଯାଇଥିଲା। ଏଥିମଧ୍ୟରୁ କିଛି ମନ୍ଦିର ଓ ମୂର୍ତ୍ତକୁ ବି ନଷ୍ଟ କରି ଦିଆଯାଇଛି। ଏମିତି ମନ୍ଦିରର ସର୍ଭେ ପାଇଁ ଆଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୧୪ ତାରିଖରେ ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏଥିରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାର ପ୍ରତିଜବାବରେ ଭାରତର ବାୟୁସେନା ଫେବ୍ରୁଆରି ୨୭ ତାରିଖରେ ବାଲାକୋଟରେ ଚାଲୁଥିବା ଜେଶ୍‌ ଏ ମହମ୍ମଦ(ଜେଇଏମ୍‌)ଆତଙ୍କବାଦୀ ଶିବିର ଉପରେ ବୋମା ପକାଇ ତାହାକୁ ଧ୍ୱଂସ କରି ଦେଇଥିଲା। କିନ୍ତୁ କିଛିମାସର ବ୍ୟବଧାନ ପରେ ଏହି ଆତଙ୍କବାଦୀ ଶିବିର ପୂର୍ବପରି ସକ୍ରିୟ ହୋଇଗଲାଣି।

ତେବେ କୁହାଯାଉଛି କି, ଜମ୍ମୁ କଶ୍ମୀରରୁ ଭାରତ ସରକାର ଗତ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ କରିବା ସହିତ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରି ଦେଇଛନ୍ତି। ଏହାପରେ ପାକିସ୍ତାନର ସହଯୋଗରେ ଏହି ତାଲିମ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହୋଇଛି। ଏହି ତାଲିମ କେନ୍ଦ୍ରର ପୁନନିର୍ମାଣ ସହିତ ସେଠାରେ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯିବା ଆରମ୍ଭ ହୋଇଯାଇଛି। ଏବେ ୪୦ ଜିହାଦୀଙ୍କୁ ସେଠାରେ ତାଲିମ ଦିଆଯାଉଛି। ଜମ୍ମୁ କଶ୍ମୀର ଏବଂ ଭାରତର ଯେକୌଣସି ସ୍ଥାନରେ ଆକ୍ରମଣ କରିବା ଲାଗି ଏହି ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧିତ ଖବର