ନୂଆଦିଲ୍ଲୀ: ଗଣମାଧ୍ୟମ ସଜାଗ ରହିବା ଉଚିତ ଏବଂ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇବା ଆବଶ୍ୟକ। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଆଜି ଏହା କହିଛନ୍ତି। ଭାରତ ଆଗକୁ ବଢ଼ିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଭାରତ ଆଗକୁ ବଢ଼ିବା ସହିତ ପରମ୍ପରା ଓ ଆଧୁନିକତାର ମିଶ୍ରଣ କରି ବିଶ୍ବକୁ ଆଗକୁ ବଢ଼ିବାର ବାଟ ଦେଖାଇବ।

Advertisment

ଦେଶରେ ସଂପୂର୍ଣ୍ଣଭାବେ ଏକ ନୂଆ ପିଢ଼ି ସୃଷ୍ଟି ହୋଇଛନ୍ତି ଯେଉଁମାନେ ଉଚ୍ଚାଭିଳାଷୀ ଏବଂ ଭଲ କାର୍ଯ୍ୟ କରିବା ଓ ସ୍ବଚ୍ଛ ଶାସନ ‌ପ୍ରଦାନ ଲାଗି ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଦେଶର ସ୍ଥିତି ଅତ୍ୟନ୍ତ ଖରାପ ଥିବା ସମୟରେ ସେ ଦେଶର ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ କିଭଳି ଭାରତକୁ ଆଗକୁ ନେଇଥିଲେ ‌ତାହା ବଖାଣିଥିଲେ। ଏହି ଅବସରରେ ଡ. ମନମୋହନଙ୍କୁ ଟିଆଇଓଏଲ ବିତ୍ତୀୟ ଐତିହ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।