ଘରୋଇ କମ୍ପାନିଙ୍କ ପାଇଁ ମହାକାଶ କ୍ଷେତ୍ର ଉନ୍ମୁକ୍ତ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଭାରତକୁ ନୂତନ ଉତ୍କର୍ଷରେ ପହଞ୍ଚାଇବ: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ: ଘରୋଇ କମ୍ପାନିଙ୍କ ପାଇଁ ମହାକାଶ କ୍ଷେତ୍ର ଉନ୍ମୁକ୍ତ ରଖିବା ନିମନ୍ତେ ସରକାରଙ୍କ ନିଷ୍ପତ୍ତି ଭାରତକୁ ନୂତନ ଉତ୍କର୍ଷରେ ପହଞ୍ଚାଇବ ବୋଲି ଗୁରୁବାର ଦିନ ଭାରତୀୟ ମହାକାଶ ଗବେଷଣାର (ଇସ୍ରୋ) ମୁଖ୍ୟ କେ. ସିବନ କହିଛନ୍ତି।

ସେ କହିଛନ୍ତି: ରକେଟ୍, ସାଟେଲାଇଟ୍ ନିର୍ମାଣ ଓ ଉତ୍‌କ୍ଷେପଣ ତଥା ବ୍ୟାବସାୟିକଭିତ୍ତିରେ ମହାକାଶଭିତ୍ତିକ ସେବା ସମେତ ଆମୂଳଚୂଳ ମହାକାଶ ସେବା ଯୋଗାଇବା ପାଇଁ ସମର୍ଥ ହେବାରେ ମହାକାଶ ବିଭାଗ ଘରୋଇ ସେକ୍ଟର୍ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବ।

ବିକଶିତ ମହାକାଶ ବିଜ୍ଞାନ କ୍ଷେତ୍ରରେ ହାତ ଗଣତିରେ ଥିବା ସ୍ବଳ୍ପ କେତେକ ଦେଶ ମଧ୍ୟରୁ ଭାରତୀୟ ମହାକାଶ ବିଭାଗ ଦେଶରେ ମହାକାଶ ଶିଳ୍ପ ବିକାଶରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିପାରିବ। ଇସ୍ରୋର କୃତିତ୍ବକୁ ଉନ୍ନତ କରିବା ନିମନ୍ତେ ସଂସ୍କାରମୂଳକ ପଦକ୍ଷେପସ୍ବରୂପ ସରକାର ମହାକାଶ କ୍ଷେତ୍ରକୁ ଘରୋଇ ସେକ୍ଟର୍‌ ପ୍ରତି ଉନ୍ମୁକ୍ତ ରଖିଛନ୍ତି।

ବୁଧବାର ଦିନ କ୍ୟାବିନେଟ୍ ଗ୍ରହ ଅନ୍ବେଷଣ ଅଭିଯାନ ସମେତ ସମଗ୍ର ମହାକାଶ କାର୍ଯ୍ୟକ୍ରମରେ ଘରୋଇ ସେକ୍ଟର୍‌ର ଅଂଶ ଗ୍ରହଣକୁ ଅନୁମୋଦନ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ।

ସମ୍ବନ୍ଧିତ ଖବର