ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ମେ ୩ ତାରିଖ ପର୍ଯ୍ୟନ୍ତ ଘୋଷିତ ଲକ୍ଡାଉନ୍ ସମୟରେ କୋଭିଡ୍-୧୯ ପରିଚାଳନା ପାଇଁ ପରିମାର୍ଜିତ ମାର୍ଗଦର୍ଶିକା ଜାରି କରିଛନ୍ତି। ସେଥିରୁ ଏହି ଦଶଟି ସର୍ବସାଧାରଣଙ୍କ ଜାଣିବା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମନେହୁଏ।
Image Source: Service Master Elite Cleaning Services୧. ମାସ୍କ୍ ବା ମୁଖାବରଣ ପିନ୍ଧନ୍ତୁ। କର୍ମସ୍ଥଳୀ ଓ ସାର୍ବଜନୀନସ୍ଥାନରେ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି।
୨. ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ପଡ଼ିବ।
୩. ଗୁଟ୍କା, ତମାଖୁ ଏବଂ ନିଶାଦ୍ରବ୍ୟ ନିଷିଦ୍ଧ କରାଯାଇଛି।
୪. ସାର୍ବଜନୀନ ସ୍ଥାନ କିଂବା କୌଣସି ପ୍ରତିଷ୍ଠାନରେ ପାଞ୍ଚଜଣରୁ ଅଧିକ ଜନସମାବେଶ ନିଷେଧ। ସୁପରଭାଇରଜର୍ମାନେ ଏହାର ପର୍ଯ୍ୟବେକ୍ଷଣ କରିବେ। ବିବାହ ଓ ଶବ ସତ୍କର ଭଳି କାର୍ଯ୍ୟକ୍ରମକୁ ଜିଲ୍ଲା ମାଜିଷ୍ଟ୍ରେଟ୍ମାନେ ନିୟନ୍ତ୍ରଣ କରିବେ।
୫. କରୋନାଭାଇରସ୍ ସଂକ୍ରମଣ ରୋକିବାକୁ କର୍ମସ୍ଥଳୀମାନଙ୍କୁ ନିର୍ଦ୍ଧାରିତ ପଦକ୍ଷେପମାନ ଗ୍ରହଣ କରିବାକୁ କୁହାଯାଇଛି। ଭିନ୍ନ ଭିନ୍ନ ସମୟରେ ଲଞ୍ଚ୍ବ୍ରେକ୍ କରିବା, ପ୍ରତି ସିଫ୍ଟ ମଧ୍ୟରେ ଘଣ୍ଟାଏ ବିରାମ ରଖିବା, କେତେକ କର୍ମଚାରୀ ବିଶେଷକରି ୬୫ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କ ପାଇଁ ଘରେ ଥାଇ କାମ କରିବା ବ୍ୟବସ୍ଥା କରାଇବା।
୬. ପ୍ରତି ସିଫ୍ଟ ଅନ୍ତରରେ କର୍ମସ୍ଥଳୀକୁ ସାନିଟାଇଜ୍ କରିବା।
୭. ସରକାରୀ ଓ ଘରୋଇ ପ୍ରତିଷ୍ଠାନମାନେ କର୍ମଚାରୀମାନଙ୍କୁ କଣ୍ଟାକ୍ଟ୍ ଟ୍ରେସିଙ୍ଗ୍ ଆପ୍ ‘ଆରୋଗ୍ୟ ସେତୁ’ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦେବା।
୮. ବଡ଼ ଧରଣର ବୈଠକ ଆୟୋଜନ ନ କରିବା।
୯. କର୍ମସ୍ଥଳୀ, କାରଖାନା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନମାନଙ୍କରେ ନିର୍ଦ୍ଧାରିତ ସାମାଜିକ ଦୂରତ୍ବ ବଜାୟ ରଖିବାର ସୁବିଧା କରିବା।
୧୦. ସଂଶୋଧିତ ଜାତୀୟ ନିର୍ଦେଶନାମାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ମାନେ ପ୍ରଣୟନ କରିବେ। ବିପର୍ଯ୍ୟୟ ପରିଚାଳନା ଆଇନ୍, ୨୦୦୫ ଆଧାରରେ ଏଥିପାଇଁ ଜରିମାନା ସମେତ ଅନ୍ୟାନ୍ୟ ଦଣ୍ଡ ବିଧାନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/10-Main-Points-of-Lockdown_Thumbnail.jpg)