ଜବଲପୁର: ଭାରତରେ ନିର୍ମାଣ ହୋଇଛି ଏକ ବିଶାଳ ବୋମା | ଯାହାକି ପଡିବା ମାତ୍ରେ ଆଖିପିଛୁଳାକେ ଏକ ବଡ ଅଞ୍ଚଳ ଧ୍ବଂସ ସ୍ତୁପରେ ପରିଣତ ହୋଇଯିବ | ଏହି ବୋମା ମିଳିବା ପରେ ସେନାର ଶକ୍ତି ବୃଦ୍ଧି ହେବା ବୋଲି କୁହାଯାଇଛି | ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ଜବଲପୁରରେ ଥିବା ଖମାରିଆ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ନିର୍ମିତ ଏହି ବୋମାର ଓଜନ ୫୦୦ କିଲୋଗ୍ରାମ ହୋଇଥିବାବେଳେ ଏହାକୁ ଜିପି (ଜେନେରାଲ୍ ପର୍ପୋଜ୍ ବମ୍) କୁହାଯାଉଛି |

Advertisment

ଏହି ବୋମାଗୁଡିକ ଏତେ ବିପଜ୍ଜନକ ଯେ ଏହା ପଡିବା ମାତ୍ରେ ପାକିସ୍ତାନ ଓ ଚୀନର ସବୁଠୁ ବଡ ବଙ୍କରକୁ ନଷ୍ଟ କରିପାରିବେ | ଆଜି ବାୟୁସେନା ପକ୍ଷରୁ ୪୮ଟି ବୋମା ନିଆଯାଇଛି | ଖମାରିଆ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଦୀର୍ଘ ସମୟ ଧରି ଏହି ବୋମାକୁ ପ୍ରସ୍ତୁତ କରାଯାଉଥିଲା | ଏଗୁଡ଼ିକୁ ତିଆରି କରିବା ପରେ, ସେମାନଙ୍କର ପରୀକ୍ଷା ମଧ୍ୟ କରାଯାଇଥିଲା |

ବିଶେଷ କଥା ହେଉଛି ଡିଜାଇନ୍ ଠାରୁ ଆରମ୍ଭ କରି ଏହି ବୋମା ତିଆରି ପର୍ଯ୍ୟନ୍ତ ଖମାରିଆ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଏହାକୁ କରାଯାଇଛି | ଖମାରିଆ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଜେନେରାଲ ମ୍ୟାନେଜର ଏସ.କେ ସିହ୍ନା କହିଛନ୍ତି ଯେ ୫୦୦ କିଲୋଗ୍ରାମ ଜିପି ବୋମା ନିର୍ମାଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଥିଲା। ଏହା ବାୟୁସେନାର ଶକ୍ତିକୁ ଆହୁରି ବଢାଇବ | କୁହାଯାଏ ଏହା ହେଉଛି ଭାରତର ସବୁଠାରୁ ବଡ ବୋମା। ଏହାର ଓଜନ ୫୦୦ କିଲୋଗ୍ରାମ ଥିବାବେଳେ ଏହାର ଲମ୍ବ ୧.୯ ମିଟର ରହିଛି | ଏହି ବୋମାକୁ ସୁଖୋଇ ଏବଂ ଜାଗୁଆର ବିମାନରେ ବ୍ୟବହାର କରାଯାଇପାରିବ |