ଗୋଟିଏ ଘୋଡା, ଚାରି ଦାବିଦାର: ବୀରବଲଙ୍କ ବୁଦ୍ଧି ଉପଯୋଗ କରି ନିଷ୍ପତ୍ତି ନେଲା ପଞ୍ଚାୟତ

ଗଢ଼ବା: ପିଲାଦିନେ ଆପଣ ଆକବର-ବୀରବଲଙ୍କର କାହାଣୀ ପଢ଼ିଥିବେ | କିଭଳି ବୀରବଲ ନିଜ ବୁଦ୍ଧି ମାଧ୍ୟମରେ ସମସ୍ୟାର ସମାଧାନ କରୁଥିଲେ, ସେହି କାହାଣୀ ଆପଣଙ୍କୁ ଆନନ୍ଦ ଦେଇଥିବ | ଝାଡ଼ଖଣ୍ଡର ଗଢୱାରେ ଏଭଳି ଏକ ନିଆରା ଘଟଣା ସାମ୍ନାକୁ ଆସିଛି | ଯେଉଁଠାରେ ଗ୍ରାମ ପଞ୍ଚାୟତ ପକ୍ଷରୁ ବୀରବଲଙ୍କ ବୁଦ୍ଧି ପ୍ରୟୋଗ କରି ଅସଲି ମାଲିକକୁ ଖୋଜି ପାଇଛନ୍ତି | ମିଳିଥିବା ସୂଚନା ମୁତାବକ ଗଢୱା ଜିଲ୍ଲାର ସୁଅରଜଂଘାରେ ରହୁଥିବା ମଙ୍ଗଳ ଭୂୟାଁଙ୍କୁ ଦୁଇ ମାସ ତଳେ ଜଙ୍ଗଲରୁ ଏକ ଘୋଡା ମିଳିଥିଲା | ମଙ୍ଗଳ ଘୋଡ଼ାକୁ ନେଇ ଘରକୁ ଆସିଥିବାବେଳେ ତାହାର ନାମ ତୋଫାନ ଦେଇଥିଲେ |

କିଛି ଦିନ ପରେ ଦୁଇ ଜଣ ବ୍ୟକ୍ତି ସୁଅରଜଂଘା ଗାଁକୁ ଆସି ଘୋଡ଼ାଟି ସେମାନଙ୍କର ବୋଲି ଦାବି କରିଥିଲେ | ସମସ୍ୟା ଏତିକିରେ ତୁଟିନଥିଲା | ୫ ଦିନ ତଳେ ସୁଅରଜଂଘା ଗାଁର ପଡୋଶୀ ଗାଁ ପଚୋରରୁ ପ୍ରହ୍ଲାଦ ନାମକ ବ୍ୟକ୍ତି ଆସି ଘୋଡାଟି ତାଙ୍କର ବୋଲି ଦାବି କରିଥିଲେ | ଏହା ପରେ ଘଟଣାଟି ଗ୍ରାମପଞ୍ଚାୟତରେ ପହଞ୍ଚିଥିଲା | ଗୋଟିଏ ଘୋଡାକୁ ଚାରି ଜଣ ମାଲିକ ଥିବାବେଳେ କିଭଳି ଠିକ ମାଲିକକୁ ଘୋଡ଼ାଟି ଦିଆଯାଇପାରିବ ସେ ନେଇ ସରପଂଚ ଅଜୟ ସିଂହ ଉପାୟ ପାଞ୍ଚିଥିଲେ |

ଗ୍ରାମପଂଚାୟତ କାର୍ଯ୍ୟାଳୟ ବାହାରେ ଘୋଡ଼ାଟିକୁ ବାନ୍ଧି ଦେଇ ଚାରି ଜଣଙ୍କୁ ଘୋଡା ପାଖକୁ ପଠାଯାଇଥିଲା | ଆଉ ଘୋଡ଼ାଟି ଯେଉଁ ବ୍ୟକ୍ତିମାନଙ୍କୁ ଦେଖି ଚିହିଁକି ଥିଲା ଓ ଯେଉଁ ବ୍ୟକ୍ତିଙ୍କ ପାଖରେ ଶାନ୍ତ ଭାବେ ରହୁଥିଲା, ସେମାନଙ୍କୁ ଅଲଗା ଅଲଗା ଛିଡା କରାଯାଇଥିଲା | ଶେଷରେ ପଚୋର ଗାଁର ପ୍ରହ୍ଲାଦ ହିଁ ପ୍ରକୃତ ମାଲିକ ବୋଲି ଜଣାପଡିଥିଲା |

ସମ୍ବନ୍ଧିତ ଖବର