ପୁଲଓ୍ୱାମା : ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଥବା ବେଳେ ଜମ୍ମୁ-କଶ୍ମୀରର ପୁଲୱାମାରେ ମଧ୍ୟ ମତଦାନ ଚାଲୁ ରହିଛି । ଏଠାକାର ରୋହମୁ ପୋଲିଙ୍ଗ୍ ବୁଥରେ ଗ୍ରେନେଡ୍ ଫିଙ୍ଗା ଯାଇଥିବା ଖବର ଆସିଛି। । ମଧ୍ୟାହ୍ଣ  ୧.୩୦ ସମୟରେ ଏହି ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ତେବେ ଏହି  ବିସ୍ଫୋରଣରେ କେହି ଆହତ ହୋଇଥିବା କଥା ନଜରକୁ ଆସିନାହିଁ । ମତଦାତାଙ୍କୁ ଡରାଇବା ଲାଗି ଏଭଳି ଉଦ୍ୟମ କରାଯାଇଥିବା ସୂଚନା ରହିଛି।

Advertisment

ଆଜି ଦେଶର ୫୧ ଟି ଆସନରେ ମତଦାନ ହେଉଛି । ଜମ୍ମୁ-କାଶ୍ମୀରର ଲଦାଖ୍ ଏବଂ ଅନନ୍ତନାଗ୍ ଆସନ ଏହା  ମଧ୍ୟରେ ସାମିଲ୍ ରହିଛି । ଅନନ୍ତନାଗ୍  ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଲୱାମାରେ ସୋମବାର ସକାଳୁ ଭୋଟରଙ୍କ ଭିଡ ପୋଲିଙ୍ଗ୍ ବୁଥ୍ ଆଗରେ ଦେଖିବାକୁ ମିଳିଥିଲା । ତେବେ ପୁଲୱାମା ଆକ୍ରମଣକୁ ୨ ମାସରୁ ମଧ୍ୟ ଅଧିକ ସମୟ ବିତି ଯାଇଥିବା  ବେଳେ ଆତଙ୍କବାଦ ଉପରେ ଶକ୍ତ ଚାପୁଡା ମାରି ଏଠାକାର ଜନସାଧାରଣ ଲୋକତନ୍ତ୍ରର ମହୋତ୍ସବରେ ସାମିଲ ହୋଇଛନ୍ତି ।