ନୂଆଦିଲ୍ଳୀ:  ‘ଡବ୍ଲୁଡବ୍ଲୁଇ’ ଚାମ୍ପିୟନ୍ କୁସ୍ତିଯୋଦ୍ଧା ଦି ଗ୍ରେଟ୍‌ ଖଲି ଜଣେ ଟୋଲ୍‌ କର୍ମଚାରୀଙ୍କ ନାମରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତିି। ପଞ୍ଜାବର ଜଲନ୍ଧର ଜିଲ୍ଲାର ଫିଲ‌ୌର ଅଞ୍ଚଳର ଜଣେ ଟୋଲ୍‌ କର୍ମଚାରୀ ଖଲିଙ୍କ କାର୍‌ ଭିତରକୁ ପଶି ଆସି ଜବରଦସ୍ତ ତାଙ୍କ ସହ ସେଲ୍ଫି ନେବାକୁ ଉଦ୍ୟମ କରିଥିବା ଖଲି ଅଭିଯୋଗ ଆଣିଛନ୍ତି।

Advertisment

ଏପରିକି କର୍ମଚାରୀ ଜଣକ ଜବରଦସ୍ତ ଖଲିଙ୍କ ଗାଡ଼ି ଭିତରକୁ ପଶି ତାଙ୍କ ସହ ଫଟୋ ନେବାକୁ ଉଦ୍ୟମ କରିବାରୁ ଖଲି ତାଙ୍କୁ ଏକ ଚାପୁଡ଼ା ବି ମାରିଛନ୍ତି। ଏହି ସବୁ ଦୃଶ୍ୟ ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ ପୁଲିସ୍‌ ଉଭୟ ପକ୍ଷଙ୍କୁ ବୁଝାଇବାରୁ ଚେଷ୍ଟା କରୁଛି। ମାତ୍ର ଟୋଲ୍‌ କର୍ମଚାରୀ ଜଣକ ବାରମ୍ବାର ଖଲିଙ୍କୁ କାହିଁକି ମୋତେ ଚାପୁଡ଼ା ମାରିଲ ବୋଲି ପଚାରି ଚାଲିଛନ୍ତି?

ଟୋଲ୍‌ କର୍ମଚାରୀ ଜଣକ ପଞ୍ଜାବୀ ଭାଷାରେ କଥା ହେଉଥିବାର ଭିଡିଓରେ ଶୁଣିବାକୁ ମିଳୁଛି। ଶେଷରେ ଖଲି କାର୍‌ରୁ ବାହାରି ଉଭୟ ଟୋଲ୍‌ କର୍ମଚାରୀ ଓ ପୁଲିସ୍‌ ସହ କଥା ହେଉଥିବାର ନଜର ଆସିଛନ୍ତି।

‘ଦି ଗ୍ରେଟ୍‌ ଖଲି’ ଭାବେ ସୁପରିଚିତ ଦିଲୀପ ସିଂହ ରାଣା ପ୍ରଥମେ ୨୦୦୦ରେ ପେସାଦାର କୁସ୍ତିରେ ସାମିଲ ହୋଇଥିଲେ। ପଞ୍ଜାବର ପୂର୍ବତନ ପୁଲିସ ଅଧିକାରୀ ଥିବା ‘ଗ୍ରେଟ୍‌ ଖଲି’ ୨୦୦୬ରୁ ୨୦୧୪ ପର୍ଯ୍ୟନ୍ତ ‘ଡବ୍ଲୁଡବ୍ଲୁଇ’ ସହ ସମ୍ପୃକ୍ତ ଥିଲେ। ସେଥିରେ ସେ ଅପରାଜେୟ ଭାବେ ଅଗ୍ରସର ହୋଇଥିଲେ କିନ୍ତୁ, ୨୦୦୭ ‘ୱାନ୍ ନାଇଟ୍‌ ଷ୍ଟାଣ୍ଡ୍‌’ରେ ଜନ୍‌ ସିନା ତାଙ୍କୁ ପରାସ୍ତ କରିଥିଲେ।