ଗ୍ରେଟର ନୋଏଡାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୨୦୩ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା ରୁଜୁ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଇକୋଟେକ ପୁଲିସ ଷ୍ଟେସନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୨୦୩ଜଣ କଂଗ୍ରେସ ନେତାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଏତଲାରେ କଂଗ୍ରେସ ନେତାଙ୍କ ବିରୋଧରେ ଅନେକ ଗମ୍ଭୀର ଧାରା ଲାଗୁ କରାଯାଇଛି | ଗୌତମ ବୁଦ୍ଧ ନଗର ପୁଲିସ ପକ୍ଷରୁ ଏହି ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି।

FIR filed against Rahul Gandhi, Priyanka Gandhi and over 200 party leaders for violating prohibitory orders on way to Hathras | India News | Zee News
Zee News

କରୋନା ମହାମାରୀ ସମୟରେ ଧାରା ୧୪୪କୁ ଉଲ୍ଲଂଘନ କରିବା ଏବଂ ସାଧାରଣ ଲୋକଙ୍କ ଜୀବନ ବିପଦରେ ପକାଇଥିବାରୁ ଆଇପିସିର ଧାରା ୧୮୮ ଏବଂ ଧାରା ୨୬୯, ୨୭୦ଅନୁଯାୟୀ ଏହି ଏତଲା ପଞ୍ଜିକୃତ ହୋଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ପ୍ରାୟ ୨୦୦କର୍ମୀ ହାଥରାସ୍ ଯିବାକୁ ଡିଏନଡି ରାସ୍ତା ଦେଇ ନୋଏଡା ଭିତରକୁ ପ୍ରବେଶ କରିଥିଲେ। ଏଥିରେ ପ୍ରାୟ ୫୦ଟି ଗାଡ଼ି ଅନ୍ତର୍ଭୁକ୍ତ କରାଯାଇଥିଲା। ରାହୁଲ ଓ ପ୍ରିୟଙ୍କା ଯାଉଥିବାର ସୂଚନା ପାଇ ଜିଲ୍ଲା ପ୍ରଶାସନ ହାଥରାସରେ ୧୪୪ ଜାରି କରିଥିଲେ। ତେଣୁ ଗ୍ରେଟର ନୋଏଡା ସୀମାରେ ପୁଲିସ ରାହୁଲ, ପ୍ରିୟଙ୍କା ଓ ଅନ୍ୟ କଂଗ୍ରେସ ନେତା କର୍ମୀମାନଙ୍କୁ ଆଗକୁ ଯିବାକୁ ଦେଇନଥିଲା। ଫଳରେ ସେମାନେ ଗାଡ଼ିରୁ ଓହ୍ଲାଇ ଚାଲିବା ଆରମ୍ଭ କରିଥିଲେ। ଏହି ସମୟରେ ପୁଲିସ ଏବଂ ରାହୁଲ ମୁହାଁମୁହିଁ ହୋଇଥିଲେ। ତେବେ ଧାରା ୧୪୪ ଲାଗୁ କରାଯାଇଥିବା ଜାଣି ମଧ୍ୟ କଂଗ୍ରେସ ନେତା ପ୍ରବେଶ ଉଦ୍ୟମ କରି ନିୟମ ଉଲ୍ଲଂଘନ କରିଥିବାରୁ ୨୦୩ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର