ଗ୍ରେଟର ନୋଇଡା: ଜଣେ ମଦ୍ୟପ ବାପା ମଦ ପିଇବା ପରେ ନିଜର ହୋସ୍ ହରାଇ ନିଜର ୬ ଓ ୩ ବର୍ଷୀୟା ଦୁଇ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗ୍ରେଟର୍‌ ନୋଇଡ଼ାଠାରେ। ଅଭିଯୁକ୍ତ ହରିଶ ଏପରି ଜଘନ୍ୟ ଘଟଣା ଘଟାଇବା ପରେ ଘରଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ଜାଣିବାକୁ ମିଳିଛି। ସେ ସୂରଜପୁର ଅଞ୍ଚଳରେ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ। ଗୁରୁବାର ରାତିରେ ଏହି ଘଟଣା ଘଟିବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

Advertisment

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଅଭିଯୁକ୍ତ ହରିଶଙ୍କର ପ୍ରଥମେ ତାଙ୍କ ପତ୍ନୀଙ୍କ ସହ ବଚସା ହୋଇଥିଲା। ପତ୍ନୀ ତାଙ୍କ ସହ ଯୁକ୍ତିତର୍କ କରିବାରୁ ସେ ରାଗରେ ଆସି ତାଙ୍କ ପିଲାମାନଙ୍କ ଉପରେ ଆକ୍ରମଣ କରିଥିଲେ। ବ୍ୟକ୍ତି ଜଣକ ଆକ୍ରମଣ କରିବାରୁ ତାଙ୍କ ଝିଅମାନଙ୍କ ମୁଣ୍ଡରେ ଆଘାତ ଲାଗିବା ସେମାନଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତଙ୍କ ପତ୍ନୀ ଅଭିଯୋଗ ଆଣିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।