ଆୟୁଷ ବୃଦ୍ଧି ଲାଗି ପାଣି ପାତ୍ରରେ ଶିଶୁଙ୍କୁ ବୁଡା ଯାଉଥିବା ଘଟଣାର ଭିଡ଼ିଓ ଭାଇରାଲ; ଗର୍ଜିଲା ସୋସିଆଲ୍‌ ମିଡିଆ

ନୂଆଦିଲ୍ଲୀ : ବେଳେ ବେଳେ ଭଗବାନଙ୍କ ପ୍ରତି ବିଶ୍ୱାସକୁ ନେଇ ଆମେ ଅନ୍ଧବିଶ୍ୱାସର ଶିକାର ହେଉ। ଧର୍ମ ନାମରେ ଅମାନୁଷିକତା ବି ଦେଖିବାକୁ ମିଳିଥାଏ । ସେହିଭଳି କିଛି ଘଟଣା ଗ୍ରୀକ୍‌ର ସାଇପ୍ରସ୍‌ଠାରେ ଥିବା ଏକ ଚର୍ଚ୍ଚ ଠାରେଦେଖିବାକୁ ମିଳିଛି । ଘଟଣାଟିର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିଥିବା ବେଳେ ତାହା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିଡ଼ିଓରେ ଚର୍ଚ୍ଚର ମୁଖ୍ୟପାଦ୍ରୀ ନବଜାତ ଶିଶୁଙ୍କୁ ବହୁ ନିର୍ମମ ଭାବେ ବିଶ୍ୱାସ ନାମରେ ପାଣିରେ ବାରମ୍ବାର ବୁଡ଼ାଇ ପରେ ତାଙ୍କ ପିତାମାତାଙ୍କୁ ଦେଉଥିବାର ଦେଖାଯାଇଛି। ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଘଟଣାଟିର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହି ଭିଡ଼ିଓଟିକୁ ଦେଖି ଲୋକ ନିଜର କ୍ରୋଧ ବ୍ୟକ୍ତ କରିବା ସହ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି ।

ଭିଡ଼ିଓଟି ଗ୍ରୀକ୍‌ର ଆଇୟାନାପା ଅଞ୍ଚଳର ଅର୍ଥୋଡକ୍ସ ଚର୍ଚ୍ଚର ଅଟେ । ଏଠାରେ ଚର୍ଚ୍ଚର ମୁଖ୍ୟପାଦ୍ରୀ ଗୋଟିଏ ପରେ ଗୋଟିଏ ନବଜାତ ଶିଶୁଙ୍କୁ ପାଣିର ପାତ୍ରରେ ବୁଡ଼ାଉଛନ୍ତି । କାରଣ ଲୋକଙ୍କ ଅନୁଯାୟୀ ଏପରି କରିବା ଦ୍ୱାରା ଶିଶୁମାନଙ୍କର ଆୟୁଷ ବୃଦ୍ଧି ହେବା ସହ ସେମାନଙ୍କର ଶରୀର ସୁସ୍ଥ ରହିଥାଏ । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଆସିବା ପରେ ଲୋକ ଏହାକୁ ନିନ୍ଦା କରିବା ସହ ଭଗବାନଙ୍କ ନାମରେ ଶିଶୁମାନଙ୍କ ସହିତ ଏପରି ଅମାନୁଷିକ ଆଚରଣକୁ ନିନ୍ଦା କରିଛନ୍ତି ।

ସମ୍ବନ୍ଧିତ ଖବର