ନୂଆଦିଲ୍ଲୀ: ଆମେରିକାରେ ସ୍ଥାୟୀ ଭାବେ ବସବାସ କରିବାକୁ ଚାହୁଥିବା ଉଚ୍ଚ ଡିଗ୍ରିଧାରୀ ଭାରତୀୟଙ୍କୁ ଗ୍ରୀନ୍ କାର୍ଡ ପାଇବା ନିମନ୍ତେ ୧୫୦ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବାକୁ ହେବ ବୋଲି ଆମେରିକାର ଏକ ଥିଙ୍କ୍ ଟ୍ୟାଙ୍କ୍ କହିଛି। ବର୍ତ୍ତମାନର କଠୋର କଟକଣା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ଏବଂ ଏଥିରେ ସୁଧାର ନହେଲେ ଭାରତୀୟଙ୍କୁ ଗ୍ରୀନ୍ କାର୍ଡ ମିଳିବା ଅସମ୍ଭବ ହୋଇପଡ଼ିବ ବୋଲି କୁହାଯାଇଛି। ୨୦୧୭ରେ ପ୍ରାୟ ସାଢ଼େ ୬ ଲକ୍ଷ ଲୋକ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିଥିଲେ। କିନ୍ତୁ ମଂଜୁରି କଟକଣା ଯୋଗୁଁ କେବଳ କିଛି ହାତ ଗଣତି ଲୋକଙ୍କୁ ଗ୍ରୀନ୍ କାର୍ଡ ମିଳିଥିଲା। ଚଳିତ ବର୍ଷ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗ୍ରୀନ୍ କାର୍ଡ ଆମେରିକାର ସ୍ଥାୟୀ ନାଗରିକଙ୍କୁ ମିଳିଥାଏ। କେଟୋ ଇନ୍୍ଷ୍ଟିଚ୍ୟୁଟ୍ ରିପୋର୍ଟ ମୁତାବକ ଉଚ୍ଚ ଡିଗ୍ରିଧାରୀ ଭାରତୀୟଙ୍କୁ ଇବି-୨ ଶ୍ରେଣୀରେ ଭିସା ପ୍ରଦାନ କରାଯାଇଥାଏ ଏବଂ ଏବେ ଏହି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ହୋଇଯାଇଛି। ବିଭିନ୍ନ ରାଷ୍ଟ୍ର ପାଇଁ ଅତି ସୀମିତ ଭିସା ମଂଜୁର ହେଉଥିବା ବେଳେ ଏହି ସଂଖ୍ୟାକୁ ଆମେରିକା ପ୍ରଶାସନ ଯଥେଷ୍ଟ କମାଇ ଦେଇଛି। ଇବି-୧ ଭିସା ପାଇବା କ୍ଷେତ୍ରରେ ମଧ୍ୟ ଭାରତୀୟଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ଗ୍ରୀନ୍ କାର୍ଡ ପାଇବାକୁ ୧୫୧ ବର୍ଷ ଅପେକ୍ଷା କରିବାକୁ ହେବ!
ଆମେରିକାରେ ଭାରତୀୟଙ୍କ ପାଇଁ ସମସ୍ୟା
/sambad/media/post_attachments/wp-content/uploads/2018/06/images-34.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)