ପ୍ରଭୁ ପଇଡ଼ ନିଅ,ବର୍ଷା ଦିଅ

ନୂଆଦିଲ୍ଲୀ/ବେଙ୍ଗାଲୁରୁ: କେଉଁଠି ପ୍ରବଳ ବର୍ଷା ତ ପୁଣି କେଉଁଠି ମୁଣ୍ଡଫଟା ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଦକ୍ଷିଣ ଭାରତରେ ବିଶେଷ କରି କର୍ଣ୍ଣାଟକରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ପ୍ରାୟ ଅଂଚଳରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି | ବର୍ଷାର ଆଗମନ କେବେ ହେବ ତାହାକୁ ନେଇ ଲୋକମାନେ ଅନେଇବସିଛନ୍ତି |

ସେଥିପାଇଁ କର୍ଣ୍ଣାଟକର ମଂଜୁନାଥ ମନ୍ଦିରରେ ବର୍ଷା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି | ବହୁ ସଂଖ୍ୟାରେ ଭକ୍ତ ସିଆଲଭିଷେକ ନାମକ ସ୍ୱତନ୍ତ୍ର ପୂଜା କରିଛନ୍ତି | କିଭଳି ଖୁବ ଶୀଘ୍ର ବର୍ଷା ହେବ ସେ ନେଇ ଭଗବାନଙ୍କୁ ବହୁ ସଂଖ୍ୟାରେ ପଇଡ଼ ଲାଗି କରିଛନ୍ତି | ଅନ୍ୟପଟେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଗରମରୁ ତ୍ରାହି ମିଳିଛି |

ସୋମବାରଠାରୁ ତୁହାକୁ ତୁହା ବର୍ଷା ହେଉଥିବାବେଳେ ରାଜଧାନୀରେ ଲୋକମାନେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ପାଣିପାଗ ବିଭାଗର କହିବା ମୁତାବକ ଆସନ୍ତା ଗୁରୁବାର ଯାଏଁ ଏଭଳି ପାଗ ଲାଗିରହିବ | ଓଡ଼ିଶାରେ ବି ତାତି ବଢ଼ିବାରେ ଲାଗିଛି ଆଉ ୧୮ ତ ତାରିଖରୁ ସ୍ଥିତି ଅସମ୍ଭାଳ ହେବ ବୋଲି ଜଣାପଡିଛି ତେବେ ଆସନ୍ତା ୪ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ ଏଭଳି ପୂର୍ବାନୁମାନ ସ୍କାଏମେଟ କରିଛି |

ସମ୍ବନ୍ଧିତ ଖବର