ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି – ‘‘ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ପ୍ରଭୁ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ । ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶନ ଓ ମଙ୍ଗଳ ମୂର୍ତ୍ତି ଭାବେ ବିବେଚନା କରାଯାଏ। ଏହି ଅବସରରେର ଶାନ୍ତି ଓ ସୌହାର୍ଦ୍ଦ୍ୟ ନିମନ୍ତେ ଆସନ୍ତୁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା। ବିଶ୍ୱ ଶାନ୍ତି ଓ ଖୁସି ପାଇଁ ଆମେ ପ୍ରାର୍ଥନା କରିବା।’’

ସମ୍ବନ୍ଧିତ ଖବର