ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରି କହିଛନ୍ତି, ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ଭକ୍ତି ଓ ସମର୍ପଣର ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ‘ଜୟ ଜଗନ୍ନାଥ’ ବୋଲି ରାଷ୍ଟ୍ରପତି ଟୁଇଟ୍‌ରେ କହିଛନ୍ତି।

ସେହିଭଳି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼୍‌ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭଗବାନ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ରଥ ଏକତାର ସୂତ୍ରକୁ ମଜବୁତ୍‌ କରିଥାଏ।। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଉପଲକ୍ଷେ ନିଜର ବାର୍ତ୍ତାରେ କହିଛନ୍ତି, ରଥଯାତ୍ରା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା। ‌ଯେହେତୁ ଆମେ ଏହି ପବିତ୍ର ଉତ୍ସବ ପାଳନ କରୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଈଶ୍ବରୀୟ ଯାତ୍ରା ଆମ ଜୀବନକୁ ସ୍ବାସ୍ଥ୍ୟ, ସୁଖ ଓ ଆଧ୍ୟାତ୍ମିକ ସମୃଦ୍ଧିରେ ପରିପୂର୍ଣ୍ଣ କରୁ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ରେ କହିଛନ୍ତି।

ସମ୍ବନ୍ଧିତ ଖବର