ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ୍ କରିଥିବାରୁ ଗ୍ରେଟା ଥନବର୍ଗଙ୍କ ବିରୋଧରେ ଏତଲା ରୁଜୁ, ସମର୍ଥନ ଜ‌ାରି ରହିବ ବୋଲି କହିଲେ ଗ୍ରେଟା

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିଙ୍କ କେତେକ ଟ୍ବିଟ୍‌ ଅନ୍ତର୍ଜାତୀୟସ୍ତରରେ ହଇଚଇ ସୃଷ୍ଟି କରିଥିଲା। ଆମେରିକାର ପପ୍‌ଷ୍ଟାର ରିହାନା, ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ଓ ଅନ୍ୟ କେତେକ ବିଦେଶୀ ସେଲିବ୍ରିଟି ଭାରତରେ ଅସ୍ଥିରତା ସୃଷ୍ଟି କଲାଭଳି ଟ୍ବିଟ୍‌ କରିଥିଲେ।

ଏ ନେଇ ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଚାଷୀ ଆନ୍ଦୋଳନକୁ ‌ସମର୍ଥନ କରି ‌ସେ ଯେଉଁ ଟୁଇଟ୍ କରିଥିଲେ, ଏହାକୁ ନେଇ ଆଜି ଦିଲ୍ଲୀ ପୁଲିସ ଏତଲା ରୁଜୁ କରିଥିବା ଜଣାପଡ଼ିଛି। ଗ୍ରେଟାଙ୍କ ବିରୋଧରେ ଧାରା ୧୫୩ଏ, ୧୨୦ବି ଅନୁଯାୟୀ ଏକ ଏତଲା ପଞ୍ଜିକୃତ ହୋଇଛି। ଏ ବାବଦରେ ଦିଲ୍ଲୀ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ କରିପାରେ ବୋଲି ଜଣାପଡ଼ିଛି।

Greta Thunberg
aajtak

ତେବେ ଏସବୁ ବିବାଦ ମଧ୍ୟରେ ଗ୍ରେଟା ଆଉ ଏକ ଟୁଇଟ କରିଛନ୍ତି। ଦ୍ବିତୀୟ ଟୁଇଟରେ, ମୁଁ ଏବେ ବି ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଛି। କୌଣସି ପରିମାଣର ଘୃଣା, ଧମକ କିମ୍ବା ମାନବିକ ଅଧିକାରର ଉଲ୍ଲଂଘନ ତାହା କେବେ ପରିବର୍ତ୍ତନ କରିପାରିବ ନାହିଁ।

ସୂଚନା ମୁତାବକ, ଗ୍ରେଟା ଥନବର୍ଗ ଗତକାଲି କୃଷକମାନଙ୍କୁ ସମର୍ଥନ କରି ତାଙ୍କ ଟ୍ୱିଟରେ ଭାରତର ଶାସକ ଦଳ ଉପରେ ପ୍ରଶ୍ନ କରିଥିଲେ। ଭାରତ ସରକାରଙ୍କ ଉପରେ କିପରି ଚାପ ପ୍ରୟୋଗ କରାଯାଇପାରିବ ସେ ନେଇ ଟୁଇଟ କରି କହିଥିଲେ।

ସମ୍ବନ୍ଧିତ ଖବର