ୱାସିଂଟନ୍ : ସ୍ବିଡେନ୍ର ବହୁ ଚର୍ଚ୍ଚିତ ଜଳବାୟୁ କର୍ମୀ ଗ୍ରେଟା ଥନ୍ବର୍ଗ ନିଜ ପୁରସ୍କାର ରାଶି ଫେରାଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନୋର୍ଡିକ୍ କାଉନ୍ସିଲ ପକ୍ଷରୁ ପରିବେଶ ସଚେତନତା ପାଇଁ ତାଙ୍କୁ ୫୨ ହଜାର ଡଲାର୍ ପୁରସ୍କାର ପ୍ରଦାନ କରାଯାଇଥିଲା। ମାତ୍ର, ୧୬ ବର୍ଷୀୟା ସୁଇଡେନ୍ ବାଳିକା ଗ୍ରେଟା ଏ ପୁରସ୍କାର ଅର୍ଥକୁ ଫେରାଇ କହିଛନ୍ତି ଯେ, ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ କୌଣସି ପୁରସ୍କାରର ପ୍ରୟୋଜନ ନାହିଁ। ତେବେ ନୋର୍ଡିକ୍ କାଉନ୍ସିଲ ତାଙ୍କୁ ଏ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ଏହା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି କହିଛନ୍ତି ଗ୍ରେଟା। ଗ୍ରେଟା ନିଜର ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ କହିଛନ୍ତି, ଲୋକମାନେ ବିଜ୍ଞାନ ପ୍ରତି ଆଗ୍ରହୀ ହୁଅନ୍ତୁ। ନେତା ଓ କ୍ଷମତାଶାଳୀ ବ୍ୟକ୍ତିମାନେ ବର୍ତ୍ତମାନ ବିଶ୍ବର ଆହ୍ବାନକୁ ବୁଝନ୍ତୁ ବୋଲି ଗ୍ରେଟା କହିଛନ୍ତି।