ଦିଶା ରବିଙ୍କ ଗିରଫଦାରି ଉପରେ ପ୍ରତିକ୍ରିୟାଶୀଳ ହୋଇ ଗ୍ରେଟା କହିଲେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ବୁଝାମଣା ଯୋଗ୍ୟ ନୁହେଁ

ନୂଆଦିଲ୍ଲୀ: ‘ଟୁଲ୍‌କିଟ୍‌’ ମାମଲାରେ ପରିବେଶ କର୍ମୀ ଦିଶା ରବିଙ୍କ ଗିରଫଦାରି ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ଗ୍ରେଟା ଟୁନ୍‌ବେରି କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ବୁଝାମଣା ହୁଏ ନାହିଁ।

ଶୁକ୍ରବାର ଦିନ ଟୁଇଟ୍‌ କରି ଗ୍ରେଟା ଲେଖିଛନ୍ତି: ବାକ୍‌ ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ ସମାବେଶ ହେଉଛି ଅଣ-ବୁଝାମଣାଯୁକ୍ତ ମାନବିକ ଅଧିକାର। ଯେକୌଣସି ଗଣତନ୍ତ୍ରର ଏହା ମୌଳିକ ଅଂଶବିଶେଷ ହେବା ଆବଶ୍ୟକ।

Image Courtesy of DNA

ସ୍ୱିଡେନୀୟ କିଶୋରୀ ଜଳବାୟୁ କର୍ମୀ ଗ୍ରେଟା ଟୁନ୍‌ବେରି ‘ଷ୍ଟାଣ୍ଡ୍‌ସ୍‌ ଓ୍ଵିଥ୍‌ ଦିଶା ରବି’ ହାସ୍‌ ଟ୍ୟାଗ୍‌ ବ୍ୟବହାର କରିବା ସହ ‘ଫ୍ରାଇଡେଜ୍‌ ଫର୍‌ ଫିଉଚର୍‌’ର ଭାରତୀୟ ପରିଚ୍ଛଦରଦ୍ୱାରା ଜାରି ଏକ ବିବୃତି ମଧ୍ୟ ସଂଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଟୁଇଟର୍‌ରେ ଗ୍ରେଟା ଏହି ‘ଟୁଲ୍‌କିଟ୍‌’ ପୋଷ୍ଟ୍‍ କରିବା କାରଣରୁ ଦିଶା ରବି ଗିରଫ ହେବା ସହ ଅନ୍ୟ ଦୁଇଜଣଙ୍କ ବିରୋଧରେ ଜାମିନବିହିନ ପରଓ୍ଵାନା ଜାରି କରାଯାଇଛି।

୨୦୧୮ରେ ଗ୍ରେଟା ଆରମ୍ଭ କରିଥିବା ଭାରତୀୟ ପରିଚ୍ଛଦର ଆନ୍ଦୋଳନରେ ଶୁକ୍ରବାର ଦିନ ଗୁଡ଼ାଏ ଟୁଇଟ୍‌ କରି ସେ ଲେଖିଛନ୍ତି, ଦୀର୍ଘ ଦିନ ଧରି ଆମ ଅଭିଯାନ ଅପରିବର୍ତ୍ତିତ ଭାବେ ଚାଲିଛି। ପରିବେଶର ସୁରକ୍ଷା ନିମନ୍ତେ ଆମେ ଶାନ୍ତିପୂର୍ଣ୍ଣ ଏବଂ ସକ୍ରିୟ କାର୍ଯ୍ୟଧାରା ଜାରି ରଖିଛୁ। ଦିଶା ଏହି ଆନ୍ଦୋଳନର ଅବିଚ୍ଛେଦ୍ୟ ଅଂଶ।

ସମ୍ବନ୍ଧିତ ଖବର