କୃଷକମାନଙ୍କୁ ୮ପୃଷ୍ଠାର ଚିଠି ଲେଖିଲେ କୃଷିମନ୍ତ୍ରୀ; ଏମଏସପି ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ କହିଲେ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀମାନଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ଚିଠି ଲେଖିଛନ୍ତି। ୮ ପୃଷ୍ଠାର ଏହି ଚିଠିରେ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ୮ଟି ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ, ଏମଏସପି ଉପରେ ଲିଖିତ ଆକାରରେ ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସେ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, କେତେକ ଲୋକ ରାଜନୀତି କରିବା ସହ ମିଥ୍ୟା ପ୍ରଚାର କରୁଛନ୍ତି । ଏମଏସପି ଅଛି ଏବଂ ଜାରି ରହିବ ବୋଲି ଏହି ପତ୍ର ଜରିଆରେ ସେ ସ୍ପଷ୍ଟ କରିଛନ୍ତି।

ଆନ୍ଦୋଳନରେ ବସିଥିବା କିଛି କୃଷକ କେନ୍ଦ୍ରରୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରିଆସୁଥିଲେ। ଏଭଳି ହେବା ଦ୍ବାରା ଯିଏ ଏମଏସପି ତଳେ କୃଷକଙ୍କ ଉତ୍ପାଦ କ୍ରୟ କରିବ, ତାକୁ ଜେଲ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ହେବ।

ତେବେ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ଦେଇଥିବା ୮ଟି ପ୍ରତିଶ୍ରୁତି ମଧ୍ୟରେ ରହିଛି…..

File photo of Union Agriculture Minister Narendra Singh Tomar
indiatoday

– ଚାଷୀଙ୍କ ଜମି ପାଇଁ କୌଣସି ବିପଦ ନାହିଁ, ସେମାନେ ଏହାର ମାଲିକ ହେବେ।
– ଚାଷୀଙ୍କୁ ଠିକ୍ ସମୟରେ ଦେୟ ଦିଆଯିବ |
– ଠିକ୍ ସମୟରେ ଦେୟ ନ ଦେଲେ ପାଇଁ ଜରିମାନା ଆଦାୟ କରାଯିବ |
– ଖୋଲା ବଜାରରେ ଫସଲକୁ ଭଲ ମୂଲ୍ୟରେ ବିକ୍ରି କରିବାର ବିକଳ୍ପ |
– ଏମଏସପି ଜାରି ରହିଛି ଏବଂ ଜାରି ରହିବ |
– ମଣ୍ଡି ବ୍ୟବସ୍ଥା ଏବେ ଯେଉଁ ଭଳି ରହିଛି, ତାହା ବି ଆଗାମୀ ଦିନରେ ସେହିଭଳି ରହିବ।
– ଚୁକ୍ତି ଜମି ପାଇଁ ନୁହେଁ, ଫସଲ ପାଇଁ ହେବ। କୃଷକମାନେ ଯେତେବେଳେ ଚାହିଁବେ ଚୁକ୍ତିନାମା ଶେଷ କରିପାରିବେ |
– କୃଷି ଉତ୍ପାଦନ ବଜାର କମିଟି (ଏପିଏମସି) ମଣ୍ଡି ଆଇନର ପରିସର ବାହାରେ ରହିବ |

ସମ୍ବନ୍ଧିତ ଖବର