ଚୁରୁ(ରାଜସ୍ଥାନ): ମଦ ପିଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚିବା ବରକୁ ମହଙ୍ଗା ପଡ଼ିଲା। ଅନ୍ୟକୁ ବିବାହ କଲା କନ୍ୟା। ଏଭଳି ଅଜବ ଘଟଣା ଘଟିଛି ରାଜସ୍ଥାନର ଚୁରୁ ଜିଲ୍ଲାରେ। ବିବାହ ଦିନ ବରାଯାତ୍ରୀଙ୍କ ସହ ମଦ ପିଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚିଥିଲା ବର। ବିବାହ ପାଇଁ ଡକାଯିବା ପରେ ବି ବର ନଶୁଣିବାରୁ କନ୍ୟା ରାଗରେ ଅନ୍ୟକୁ ବିବାହ କରିଥିବା ଜଣାପଡ଼ିଛି।

Advertisment

publive-image aajtak

ମିଳିଥିବା ସୂଚନା ମୁତାବକ, ମେ’ ୧୫ରେ ସୁନୀଲ ବର ବେଶରେ ସଜ ହୋଇ ନିଜ ବନ୍ଧୁ ଓ ପରିବାରବର୍ଗଙ୍କୁ ଧରି କନ୍ୟାର ଗାଁରେ ପହଞ୍ଚିଥିଲେ। ରାତି ୯ଟାରେ କନ୍ୟା ଘରେ ପହଞ୍ଚିବାର ଯୋଜନା ଥିବା ବେଳେ ସୁନୀଲ ମଦ ପିଇ ନିଜ ସାଙ୍ଗମାନଙ୍କ ସହ ନାଚିବା ଆରମ୍ଭ କରିଥିଲେ। ଏହି କାରଣରୁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ବରାଯାତ୍ରୀ ଅଟକି ରହିଥିଲେ। ରାତି ୧.୧୫ରେ ହାତଗଣ୍ଠି ପଡ଼ିବାର ଶୁଭ ସମୟ ଥିବା ଜାଣି ବି ସୁନୀଲ କନ୍ୟା ଘରେ ପହଞ୍ଚିନଥିଲେ। ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିବା ପରେ ବି ସୁନୀଲ ନପହଞ୍ଚିବାରୁ କନ୍ୟା ବରାଯାତ୍ରୀଙ୍କୁ ଫେରାଇ ଦେବା ସହ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ନିଷ୍ପତ୍ତି ବିଷୟରେ ଜାଣିବା ପରେ ବର ପକ୍ଷ ପରଦିନ ରାଜଗଡ଼ ପୁଲିସ ଷ୍ଟେସନକୁ ଯାଇ କନ୍ୟା ପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ। ପରେ ପୁଲିସ ସହିତ ପରାମର୍ଶ କରି ଉଭୟ ପକ୍ଷ ବିବାହ ବାତିଲର କାରଣ ପାରିବାରିକ ସମସ୍ୟା ଦର୍ଶାଇବାକୁ ନିଷ୍ପତ୍ତି ନେଇ ମାମଲାକୁ ରଫାଦଫା କରିଥିଲେ।