ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦ ହେତୁ ଗତ ୭୫ବର୍ଷ ହେବ ଦୁଇଦେଶର ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏହାରି ଭିତରେ ଏମିତି ଅନେକ ଖବର ସାମ୍ନାକୁ ଆସୁକି କି ଭାରତରଲୋକେ ପାକିସ୍ତାନରେ ଓ ପାକିସ୍ତାନର ଲୋକ ଭାରତରେ ବନ୍ଧୁ ବାନ୍ଧୁଛନ୍ତି।

Advertisment

ଏହି କ୍ରମରେ ଅଞ୍ଜୁ ଭାରତ ଛାଡ଼ି ପାକିସ୍ତାନ ପ୍ରେମିକ ପାଖକୁ ଚାଲି ଯାଇ ବିବାହ କରି ସାରିଥିବା ଖବର ସାମ୍ନାକୁ ଆସିଥିବା ବେଳେ ନିକଟରେ ଯୋଦ୍ଧପୁରରେ ରହୁଥିବା ଯୁବକ କରାଚୀରେ ରହୁଥିବା ଯୁବତୀଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ବିବାହ ଅନଲାଇନରେ ହୋଇଥିବା କୁହାଯାଉଛି। ଭିଡିଓ କଲ ଜରିଆରେ ପାକିସ୍ତାନରେ ଥାଇ ଯୁବତୀ ଭାରତୀୟ ଯୁବକଙ୍କୁ ବିବାହ କରିବା ପାଇଁ ଅନଲାଇନରେ କାଜିଙ୍କ ସାମ୍ନାରେ କବୁଲ କରିଥିଲେ।

ସୂଚନାଯୋଗ୍ୟ, ଯୋଦ୍ଧପୁର ସହରରେ ରହୁଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅରବାଜ ଖାନଙ୍କ ବିବାହ ପାକିସ୍ତାନରେ ରହୁଥିବା କରାଚିର ଅମିନାଙ୍କ ସହିତ ସ୍ଥିର ହୋଇଥିଲା। ବିବାହ ପାଇଁ ଅମିନା ଭାରତ ଆସିଥାଆନ୍ତେ। କିନ୍ତୁ ତାଙ୍କୁ ଠିକ ସମୟରେ ଭିସା ମିଳି ପାରିଲା ନାହିଁ। ତେଣୁ ଅନଲାଇନରେ କାଜି ଅରବାଜ ଓ ଅମିନାଙ୍କ ବିବାହ କରାଇ ବିବାହ କବୁଲ କରାଇଥିଲେ। ଏଥିରେ ଦୁଇ ପରିବାର ଖୁସି ଥିବା ଜଣାପଡ଼ିଛି।

ତେବେ ଏହି ଅନଲାଇନ ବିବାହ ପରେ ବର ଅରବାଜ ଇଣ୍ଟରନେଟ କ୍ରାନ୍ତି ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ସ୍ତ୍ରୀ ଅମିନାଙ୍କୁ ଶୀଘ୍ର ଭିସା ଉପଲବ୍ଧ କରିବା ପାଇଁ ଅନୁରୋଧ କରିଛନ୍ତି।