କନ୍ୟା ଘରେ ପହଂଚିବା ପୂର୍ବରୁ ମଶାଣିରେ ଜଳିଲା ବରଙ୍କ ଚିତା 

ପାଟନା: ହାତରେ ମେହେନ୍ଦି ସାଙ୍ଗକୁ ନୂଆ ଜୀଵନ ଆରମ୍ଭ କରିବାର ଆଶା ନେଇ ସଜେଇ ହୋଇ ବସିଥିଲେ କନ୍ୟା | ଆଉ କିଛି ସମୟ ପରେ ରୋଷଣୀ ନେଇ ଆସିଥାନ୍ତେ ମନର ମଣିଷ | କିନ୍ତୁ ଅଧୁରା ରହିଗଲା ସ୍ବପ୍ନ | କାରଣ ଆରପାରିକୁ ଚାଲିଯାଇଥିଲେ ବର | ବିହାରର ନୱାଡାଠାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଶନିବାର ରାତିରେ ନୱାଡାର ରୁପା ବଜାରରେ ଏକ ବାଇକ୍ ଓ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା ଘଟିଥିଲା |

jang.com.pk

ଏଥିରେ ବାଇକ ଚଳାଉଥିବା ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା | ମୃତକଙ୍କ ମଧ୍ୟରେ ଥିବା ପ୍ରିନ୍ସ କୁମାର କିଛି ସମୟ ମଧ୍ୟରେ ବିବାହ କରିବାକୁ କନ୍ୟା ଘରକୁ ଯାଇଥାନ୍ତେ | ବିବାହ ପୂର୍ବରୁ, ରାତି ପ୍ରାୟ ଆଠଟାବେଳେ ପ୍ରିନ୍ସ ତାଙ୍କ ସାଙ୍ଗଙ୍କ ସହ ମିଶି କିଛି ସପିଂ କରିବାକୁ ବଜାରକୁ ଆସୁଥିଲେ। ତେବେ ବାଲି ଭର୍ତ୍ତି ଏକ ଟ୍ରାକ୍ଟର ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପ୍ରିନ୍ସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଉଭୟ କନ୍ୟା ଓ ବର ପକ୍ଷଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି | କାରଣ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଦୁର୍ଘଟଣାରେ ଜୀବନ ଶେଷ ହୋଇଯାଇଛି |

ସମ୍ବନ୍ଧିତ ଖବର