ଚଉଠି ରାତିରେ ଆସିଲା ଜ୍ୱର, ବିବାହର ୭୨ ଘଣ୍ଟା ପରେ କରୋନାରେ ସ୍ୱାମୀଙ୍କର ମୃତ୍ୟୁ

ଲଖନଉ: କରୋନା ଛଡାଇନେଲା ନବବଧୂଙ୍କ ମଥାରୁ ସିନ୍ଦୁର | ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ସଧବାରୁ ବିଧବା କରାଇଦେଲା କରୋନା | ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କ ଆଖିକୁ ବି ଲୁହରେ ଭିଜାଇଦେବ | ଉତ୍ତରପ୍ରଦେଶ ବିଜନୋରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିଜନୋର ସହରରେ ରହୁଥିବା ଅର୍ଜୁନଙ୍କର ଏପ୍ରିଲ ୨୫ରେ ନିକଟସ୍ଥ ଚାନ୍ଦପୁରର ବବଲିଙ୍କ ସହ ବିବାହ ସମାପନ ହୋଇଥିଲା |

୨୫ ତାରିଖରେ ଅର୍ଜୁନ ନିଜ ମନର ରାଣୀକୁ ଆଣିବାକୁ ଯାଇଥିଲେ ଓ ଧୂମଧାମରେ ବିବାହ ସମାପନ ପରେ ଉଭୟ ବର କନ୍ୟା ଘରକୁ ଫେରିଥିଲେ | ଘରେ ନବବଧୂଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା | ତେବେ ସେହିଦିନ ଚଉଠି ରାତିରେ ଅର୍ଜୁନଙ୍କୁ ହଠାତ ଭୀଷଣ ଜ୍ୱର ଆସିଥିଲା | ଦେହ ଅଧିକ ଅସୁସ୍ଥ ହେବାରୁ ଅର୍ଜୁନଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

ଆଉ ସେଠାରେ ତାଙ୍କର କରୋନା ପରୀକ୍ଷା କରାଯିବାରୁ ପଜିଟିଭ ଆସିଥିଲା | ତାଙ୍କୁ ତୁରନ୍ତ କୋଭିଡ-୧୯ ୱାର୍ଡରେ ଭର୍ତ୍ତି କରାଯାଇଥିଲା | ତେବେ ଅର୍ଜୁନଙ୍କ ପରିବାରର କହିବା ମୁତାବକ ହସ୍ପିଟାଲରେ ଅକ୍ସିଜେନ କମ ଥିବାରୁ ଜୀବନ-ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ୨୯ ଏପ୍ରିଲ ସକାଳେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା | ବରର ମୃତ୍ୟୁ ପରେ ଉଭୟ କନ୍ୟା ଓ ବରଙ୍କ ପରିବାରରେ ଦୁଃଖର ଲହରୀ ଖେଳିଯାଇଛି |

ସମ୍ବନ୍ଧିତ ଖବର