ବରଫ ସଫା କରି ଜେସିବିରେ ଯାଇ ପହଞ୍ଚିଲା ବର

ସିମଲା: ପ୍ରବଳ ତୁଷାରପାତ ହେତୁ ରାସ୍ତା ଅବରୋଧ ହୋଇଯାଇଥିବାରୁ ଏହାକୁ ନିଜେ ସଫା କରି ପହଞ୍ଚିଲା ବର | ହିମାଚଳ ପ୍ରଦେଶର ସିରମୋରରେ ଏଭଳି ଏକ ଘଟଣା ଘଟିଛି | ରିପୋର୍ଟ ଅନୁଯାୟୀ, ସିରମୋରର ଜାଭଗା ଗାଁରୁ ସାଉନ୍ଫର ଗ୍ରାମ ବରଯାତ୍ରୀ ଯାଉଥିଲେ | କିନ୍ତୁ ତୁଷାରପାତ ହେତୁ ରାସ୍ତା ବନ୍ଦ ରହିଥିଲା। ସାଙ୍ଗ୍ରାଠାରୁ ଆଠ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତା ବନ୍ଦ ରହିଥିଲା। ପ୍ରଥମେ, ଜେସିବି ମାଧ୍ୟମରେ ବରଫ ସଫା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଯେତେବେଳେ ବହୁତ ସମୟ ବିତିଯାଇଥିଲା, ସେତେବେଳେ ଖୋଦ ବର ଜେସିବି ଚଳାଇ ଝିଅ ଘର ଯାଏଁ ଯାଇଥିଲେ |

ବର ଗୋଟିଏ ଜେସିବି ନେଇ ଝିଅ ଘରକୁ ଯାଇଥିବାବେଳେ ବରଯାତ୍ରୀ ଆଉ ଦୁଇଟି ଜେସିବି ମାଧ୍ୟମରେ କନ୍ୟା ଘରେ ପହଞ୍ଚିଥିଲେ | ଜେସିବି ବରଫ ରାସ୍ତା ଉପରୁ ବରଫ ସଫା କରି କରି କନ୍ୟା ଘରେ ପହଞ୍ଚିଥିଲା | ବରର ପିତା ଜଗତ୍ ସିଂ କହିଛନ୍ତି ଯେ ରାସ୍ତା ବନ୍ଦ ଥିବାରୁ ଆଉ କିଛି ବିକଳ୍ପ ନଥିଲା, ତେଣୁ ବାଧ୍ୟ ହୋଇ ଜେସିବି ମଗାଇବାକୁ ପଡିଥିଲା |

ଗୋଟିଏ ଜେସିବିରେ ବର ବିଜୟ ପ୍ରକାଶ, ଭାଇ ସୁରେନ୍ଦ୍ର, ପିତା ଜଗତ୍ ସିଂ ଏବଂ ଫଟୋଗ୍ରାଫର ୩୦ କିଲୋମିଟର ପର୍ଯ୍ୟନ୍ତ ଯାଇ କନ୍ୟା ଘରେ ପହଞ୍ଚିଥିଲେ। ଜେସିବି ଶୋଭାଯାତ୍ରାରେ ପହଞ୍ଚିବା ପରେ ସେଠାରେ ବିବାହର ସମସ୍ତ ରୀତିନୀତି ପାଳନ କରାଯାଇଥିଲା ଏବଂ କନ୍ୟାକୁ ନେଇ ପୁଣି ଜେସିବିରେ ଫେରିଥିଲେ |

ସମ୍ବନ୍ଧିତ ଖବର