ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ୱାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସୀମା ଦେଇ କେହି ପାକିସ୍ତାନରୁ ଭାରତ ଆସିପାରିବେ ନାହିଁ। କି କେହି ଭାରତରୁ ପାକିସ୍ତାନ ଯାଇ ପାରିବେ ନାହିଁ।
ଏଭଳି ପରିସ୍ଥିତି ହେତୁ ରାଜସ୍ଥାନର ବାସିନ୍ଦା ଶୈତାନ ସିଂହଙ୍କ ବିବାହକୁ ସ୍ଥଗିତ ରଖାଯାଇଛି। ଶୈତାନଙ୍କ ବିବାହ ପାକିସ୍ତାନରେ ହେବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିଲା। ଏଭଳି ପରିସ୍ଥିତିରେ ଆତଙ୍କବାଦୀ ଆକ୍ରମଣ ଦୁଇ ପରିବାରକୁ ନିରାଶ କରି ଦେଇଛି।
ଶୈତାନ ସିଂହ କହିଛନ୍ତି, ' ମୋର ବିବାହ ପାକିସ୍ତାନରେ ହେବାର ଥିଲା ଥିଲା, ଯାହାକୁ ସ୍ଥଗିତ ରଖିବାକୁ ପଡ଼ିଛି। ସରକାର ପାକିସ୍ତାନ ଯିବାକୁ ଅନୁମତି ଦେଉ ନାହାନ୍ତି। କିଛି କଥା ନାହିଁ। ବାହା ଆଜି ନହେଲେ କାଲି ହେବି। ଆତଙ୍କବାଦୀ ଆକ୍ରମଣ ପରେ ସରକାର ୱାଘା-ଅଟାରୀ ସୀମାକୁ ବନ୍ଦ କରି ଉଚିତ ନିଷ୍ପତ୍ତି ନେଇଛନ୍ତି।