ବିବାହ ମଣ୍ଡପରେ ଆତ୍ମହତ୍ୟା କଲେ ବର

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଜଣେ ଇଂଜିନିୟର ଏନଏସ୍‌ ସନ୍ଦୀପ ତାଙ୍କ ବିବାହ ଉତ୍ସବ ଦିନ ହିଁ ବିବାହ ମଣ୍ଡପରେ ଆତ୍ମହତ୍ୟା କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମେଦଚଲ ଜିଲ୍ଲାର କୋମ୍ପାଲ୍ଲି ସ୍ଥିତ ଏକ ବିବାହ ମଣ୍ଡପରେ ସନ୍ଦୀପଙ୍କ ବିବାହ ଆୟୋଜନ କରାଯାଇଥିଲା। ବିବାହ ମଣ୍ଡପରେ ଉଭୟ ବର ଏବଂ କନ୍ୟା ପକ୍ଷର ସମସ୍ତ ବନ୍ଧୁମାନେ ପହଞ୍ଚି ସାରିଥିଲେ। କେବଳ ବିବାହ କାର୍ଯ୍ୟ ଆରମ୍ଭ କରିବାପାଇଁ ଶୁଭ ମୁହୁର୍ତ୍ତକୁ ଅପେକ୍ଷା କରାଯାଇଥିଲା। କିନ୍ତୁ ସନ୍ଦୀପ ହଠାତ୍‌ ନିଜକୁ ମେକଅପ୍‌ ରୁମ୍‌‌ରେ ବନ୍ଦ କରିଦେଇଥିଲେ। ଅନ୍ୟମାନେ ଯେତେ ଡାକିଲେ ମଧ୍ୟ ଶୁଣିନଥିଲେ। ଶେଷରେ କବାଟ ଭାଙ୍ଗି ଭିତରକୁ ପଶିବାବେଳକୁ ସନ୍ଦୀପଙ୍କ ମୃତଦେହ ଏକ ଫ୍ୟାନ୍‌ରେ ଝୁଲୁଥିଲା। ଉକ୍ତ ଘଟଣାକୁ ନେଇ ଭୟ ସନ୍ଦୀପଙ୍କ ପରିବାର ଏବଂ କନ୍ୟା ପକ୍ଷ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେବେ କେଉଁ କାରଣ ପାଇଁ ସନ୍ଦୀପ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନି। ପୁଲିସ ଉକ୍ତ ଘଟଣାରେ ତଦନ୍ତ କରୁଛି ଏବଂ ଏନେଇ ପେଟ୍‌ ବଶିରାବାଦ୍ ଥାନାରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର