ଡାଭୋସ : ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚଳିତବର୍ଷ ୪.୮ ପ୍ରତିଶତକୁ କମିଯିବ ବୋଲି କିଛିଦିନ ପୂର୍ବେ ଆଇଏମ୍ଏଫ୍ ଆକଳନ କରିଥିବାବେଳେ ଆଜି ଏହାର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ଭାରତକୁ ନେଇ ଆଶାବାଦୀ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତରେ ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଛି ତାହା ଅସ୍ଥାୟୀ ଏବଂ ଆଗାମୀ ଦିନରେ ଅଭିବୃଦ୍ଧିରେ ସୁଧାର ଆସିବ। ଗତ ଅକ୍ଟୋବରରେ ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ସମ୍ପର୍କରେ ଆଇଏମ୍ଏଫ୍ ଗତ ଅକ୍ଟୋବରରେ ଯେଉଁ ଆକଳନ କରିଥିଲା ତାହା ତୁଳନାରେ ବିଶ୍ବର ଦୃଶ୍ୟପଟ ଏବେ ଭଲ ଅଛି ବୋଲି ସେ କହିଛନ୍ତି।
ଭାରତର ମାନ୍ଦାବସ୍ଥା ଅସ୍ଥାୟୀ: ଆଇଏମ୍ଏଫ୍ ମୁଖ୍ୟ
/sambad/media/post_attachments/wp-content/uploads/2020/01/imf-chief.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)