ଜିଆର୍‌ପିର ଦାଦାଗିରି:କାର୍ଯ୍ୟରତ ସାମ୍ବାଦିକଙ୍କୁ ନିସ୍ତୁକ ପିଟିଲେ

ମିରଟ୍‌ : ଉତ୍ତରପ୍ରଦେଶରେ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ପରି ଅନ୍ୟ ଜଣେ ସାମ୍ବାଦିକ ମଧ୍ୟ ନିର୍ଯାତନାର ଶିକାର ହୋଇଛନ୍ତି। ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ୟୁପି ସ୍ଥିତ ଶାମ୍‌ଲି ଜିଆରପି ଏସ୍‌ଏଚଓ ନିସ୍ତୁକ ପିଟିଛନ୍ତି ଏବଂ ତାଙ୍କ ପାଟିରେ ପରିସ୍ରା କରିଥିବା ଜଣାପଡ଼ିଛି। ଏହି ମାମଲାରେ ଶାମ୍‌ଲି ଜିଆରପି ଏସଏଚ୍ଓ ଏବଂ ତାଙ୍କ ସହଯୋଗୀ ନିଲମ୍ବିତ ହୋଇଛନ୍ତି। ସୂଚନାନୁଯାୟୀ ଗତ ମଙ୍ଗଳବାର ରାତି ୯ଟାରେ ଶାମ୍‌ଲି ସ୍ଥିତ ଧିମାପୁର ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। ଏହି ଦୁର୍ଘଟଣାର ଖବର ସଂଗ୍ରହ ପାଇଁ ସ୍ଥାନୀୟ କିଛି ସାମ୍ବାଦିକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଏକ ପୁଲିସ ଦଳ ଏବଂ ଶାମଲି ଏସଏଚ୍‌ଓ ରାକେଶ କୁମାର ଉପସ୍ଥିତ ଥିଲେ। ତେବେ କୌଣସି କାରଣବଶତଃ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ଫଳରେ ଏସ୍‌ଏଚଓ ରାକେଶ କୁମାର ସାମ୍ବାଦିକ ଅମିତ ଶର୍ମାଙ୍କୁ ଉପରେ ଆକ୍ରମଣ କରିଥିଲେ। ତାଙ୍କ ସହଯୋଗୀମାନେ ମଧ୍ୟ ସାମ୍ବାଦିକ ଶର୍ମାଙ୍କୁ ନିସ୍ତୁକ ପିଟିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏସଏଚ୍‌ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସମ୍ବନ୍ଧିତ ଖବର