ନୂଆଦିଲ୍ଲୀ: ଜାନୁଆରି ୧୭ ତାରିଖ ଦିନ ଫ୍ରେଞ୍ଚ୍ ଗିଆନାସ୍ଥିତ ଇଉରୋପୀୟ ସ୍ପେସ୍ପୋର୍ଟରୁ ଏ ବର୍ଷ ‘ଇସ୍ରୋ’ର ପ୍ରଥମ କୃତ୍ରିମ ଉପଗ୍ରହ ‘ଜିସାଟ୍-୩୦’ ଉତ୍କ୍ଷେପଣ କରାଯିବ ବୋଲି ‘ଇସ୍ରୋ’ର ଅଧ୍ୟକ୍ଷ କେ. ଶିବନ କହିଛନ୍ତି। ଏହି ‘ଜିଓଷ୍ଟେସନାରି କମ୍ୟୁନିକେସନ୍ ସାଟେଲାଇଟ୍’ର ଓଜନ ୩, ୪୫୦ କିଲୋ ଏବଂ ଏହା ‘ଇନ୍ସାଟ୍-୪ଏ’ ସ୍ଥାନରେ କାମ କରିବ।
ଏ ବର୍ଷ ‘ଜିସାଟ୍-୨୦’ ନାମକ ଅନ୍ୟ ଏକ ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହ ପ୍ରେରଣ କରିବାକୁ ମଧ୍ୟ ‘ଇସ୍ରୋ’ ଯୋଜନା କରିଛି। ପୂର୍ବରୁ ଇସ୍ରୋ ଏହି ପ୍ରକାରର ତିନୋଟି ସାଟେଲାଇଟ୍ ଉତ୍କ୍ଷେପଣ କରିସାରିଛି। ‘କେୟୁ’ ଏବଂ ‘କେଏ’ ବ୍ୟାଣ୍ଡ୍ର ଏହି କୃତ୍ରିମ ଉପଗ୍ରହଗୁଡ଼ିକ ଯୋଗାଯୋଗ ନିମନ୍ତେ ଉଦ୍ଦିଷ୍ଟ। ୨୦୧୭ ମସିହା ଜୁନ୍ ୫ ତାରିଖ ଦିନ ‘ଜିସାଟ୍-୧୯’, ୨୦୧୮ ମସିହା ନଭେମ୍ବର ୧୪ ତାରିଖ ଦିନ ‘ଜିସାଟ୍-୨୯’ ଏବଂ ୨୦୧୮ ମସିହା ଡିସେମ୍ବର ୫ ତାରିଖ ଦିନ ‘ଜିସାଟ୍-୧୧’ ଉତ୍କ୍ଷେପଣ କରାଯାଇଥିଲା।
Image Courtesy of Spaceflight nowଏହି ଚାରିଟିଯାକ କୃତ୍ରିମ ଉପଗ୍ରହ ଭାରତରେ, ବିଶେଷତଃ ଭାରତର ଗ୍ରାମାଞ୍ଚଳରେ ଇଣ୍ଟର୍ନେଟ୍ ବିପ୍ଳବକୁ ତ୍ୱରାନ୍ଵିତ କରିବ। ବିମାନ ଓ ପାଣିଜାହାଜ ମଧ୍ୟରୁ ଇଣ୍ଟର୍ନେଟ୍ ସଂଯୋଗ କରାଇବା ସହ ଏହି ସାଟେଲାଇଟ୍ଗୁଡ଼ିକ ‘୧୦୦ ଜିବିପିଏସ୍’ରୁ ଅଧିକ ‘ବ୍ୟାଣ୍ଡ୍ଉଇଡ୍ଥ୍’ ସଂଯୋଗ ଯୋଗାଇ ଦେଉଛନ୍ତି।
‘ଜିସାଟ୍-୧୧’ ଭଳି ସାଟେଲାଇଟ୍ ସବୁ ଭାରତର ମୁଖ୍ୟ ଭୂଖଣ୍ଡ ସହ ଆଖପାଖ ଦ୍ୱୀପଗୁଡ଼ିକୁ ‘ମଲ୍ଟି-ସ୍ପଟ୍ ବିମ୍ କଭରେଜ୍’ ଯୋଗାଇ ଦେବା ନିମନ୍ତେ ଉଦ୍ଦିଷ୍ଟ। ଏହା ଫଳରେ ଇଣ୍ଟର୍ନେଟ୍ର ବେଗ ଓ ସଂଯୋଗ ଖୁବ୍ ବଢ଼ିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ks.jpg)