ଜାମସେଦପୁର ନିକଟରେ ସୁନା ଖଣିର ସନ୍ଧାନ, ୨୫୦ କିଲୋ ସୁନା ଗଚ୍ଛିତ ରହିଛି

କୋଲକତା : କରୋନା ମହାମାରୀ ଯୋଗୁଁ ଦେଶର ସ୍ଥିତି ଏବେ ସମସ୍ୟା ଦେଇ ଗତିକରୁଛି । ଅର୍ଥନୀତି ଏବେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥ#ବାବେଳେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇବଢିଚାଲିଛି । ଏପରି ସମୟରେ ଏକ ଭଲ ଖବର ପହଞ୍ଚିଛି ।
ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଝାଡ଼ଖଣ୍ଡର ଜାମସେଦପୁର ନିକଟରେ ଏକ ସୁନା ଖଣିରେ ସନ୍ଧାନ ମିଳିଛି । ଏହି ସୁନା ଖଣିରେ ପ୍ରାୟ ୨୫୦ କିଲୋଗ୍ରାମର ସୁନା ମହଜୁଦ ଥିବା ଜଣାଯାଇଛି । ଏହି ସୁନା ବ୍ଲକଟି ଜାମସେଦପୁରଠାରୁ ୨୦ କିଲୋମିଟର ଦୂର ଭିତରଦାରି ଗାଁରେ ଅବସ୍ଥିତ ।
ନିଜର ଏହି ସର୍ଭେ ରିପୋର୍ଟ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଝାଡ଼ଖଣ୍ଡ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହା ପରେ ଝାଡ଼ଖଣ୍ଡ ସରକାର ସୁନା ବ୍ଲକ ନିଲାମ କରିବାର ସମ୍ଭାବନା ରହିଛି । ଜିଏସଆଇର ଏକ ରିପୋର୍ଟ ଏକ ଜି-୩ ସ୍ତରର ରିପୋର୍ଟ । ଗୋଟିଏ ଖଣି ବ୍ଲକ ନିଲାମ ହେବା ପାଇଂ ଜି-୧ କିମ୍ବା ଜି-୨ ସ୍ତରର ରିପୋର୍ଟ ଜରୁରୀ । ତେବେ ଜିଏସଆଇ ନିଜ ରିପୋର୍ଟରେ ଦର୍ଶାଇଛି ଯେ ଭୂପୃଷ୍ଠରୁ ପ୍ରାୟ ୧୫୦ ମିଟର ନିମ୍ନରେ ଏହି ସୁନା ଗଚ୍ଛିତ ରହିଛି । ଗତ ୨୦୧୩-୧୪ରୁ ଜିଏସଆଇର ଏକ ଦଳ ଏହି ସର୍ଭେ କର୍ଯ୍ୟରେ ଲାଗିଥିଲା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର