ନୂଆଦିଲ୍ଲୀ : ଫେବୃଆରୀରେ ମୋଟ ଜିଏସଟି ଆଦାୟ ୯.୧ ପ୍ରତିଶତ ବୃଦ୍ଧି ପାଇ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଜିଏସଟି ଆଦାୟ ବୃଦ୍ଧିର କାରଣ ହେଉଛି ଘରୋଇ କାରବାରରୁ ଅଧିକ ରାଜସ୍ୱ । ବିଶେଷଜ୍ଞଙ୍କ ମତରେ ଏହା ଘରୋଇ ବ୍ୟବହାର ବୃଦ୍ଧିର ସଙ୍କେତ ଦେଉଛି ଏବଂ ଅର୍ଥନୈତିକ ପୁନରୁଦ୍ଧାରର ସଙ୍କେତ ଦେଉଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ,ଏହି ସମୟ ମଧ୍ୟରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଅଧୀନରେ ଘରୋଇ ରାଜସ୍ୱ ୧୦.୨ ପ୍ରତିଶତ ବୃଦ୍ଧି ପାଇ ୧.୪୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆମଦାନୀ ରାଜସ୍ୱ ୫.୪ ପ୍ରତିଶତ ବୃଦ୍ଧି ପାଇ ୪୧,୭୦୨ କୋଟି ଟଙ୍କାରେ ପହଞ୍ଚିଛି। ଏହି ମାସରେ କେନ୍ଦ୍ରୀୟ ଜିଏସଟିରୁ ୩୫,୨୦୪ କୋଟି ଟଙ୍କା, ରାଜ୍ୟ ଜିଏସଟିରୁ ୪୩,୭୦୪ କୋଟି ଟଙ୍କା, ସମନ୍ୱିତ ଜିଏସଟିରୁ ୯୦,୮୭୦ କୋଟି ଟଙ୍କା ଏବଂ କ୍ଷତିପୂରଣ ସେସ୍ରୁ ୧୩,୮୬୮ କୋଟି ଟଙ୍କା ଆଦାୟ ହୋଇଛି।
ଫେବ୍ରୁଆରି ମାସରେ ମୋଟ ୨୦,୮୮୯ କୋଟି ଟଙ୍କା ରିଫଣ୍ଡ ଜାରି କରାଯାଇଛି, ଯାହା ବାର୍ଷିକ ଭିତ୍ତିରେ ୧୭.୩ ପ୍ରତିଶତ ଅଧିକ। ଫେବୃଆରୀ ୨୦୨୫ରେ ନିଟ୍ ଜିଏସଟି ସଂଗ୍ରହ ୮.୧ ପ୍ରତିଶତ ବୃଦ୍ଧି ପାଇ ପାଖାପାଖି ୧.୬୩ ଲକ୍ଷ କୋଟି ଟଙ୍କା ରେ ପହଞ୍ଚିଛି । ଗତବର୍ଷ ସମାନ ମାସରେ ନିଟ୍ ଜିଏସଟି ଆଦାୟ ୧.୫୦ ଲକ୍ଷ କୋଟି ଟଙ୍କା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2017/12/gst.jpg)