ନୂଆଦିଲ୍ଲୀ: ଜିଏସ୍ଟି ପ୍ରବର୍ତ୍ତନର ପ୍ରଥମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଟିକସ ନୀତି ଉପକାରିତାର ପ୍ରଶଂସା କରି କହିଛନ୍ତି ଯେ ଏହା ଭାରତୀୟ ସମବାୟ ସଂଘୀୟ ବ୍ୟବସ୍ଥାକୁ ମଜଭୁତ କରିଛି। ‘ଇନ୍ପେକ୍ଟର୍ ରାଜ୍’କୁ ବିଲୋପ କରିବାକୁ ଜିଏସ୍ଟିର ଡିଜାଇନ୍ କରାଯାଇଛି।
ଟିକସ ନୀତି ଅତି ଜଟିଳ ବୋଲି ବିରୋଧିମାନେ କରୁଥିବା ଅଭିଯୋଗକୁ ସ୍ୱରାଜ୍ୟ ପତ୍ରିକା ସହ ସାକ୍ଷାତ୍କାର ଅବସରେ ପ୍ରଧାନମନ୍ତ୍ରୀ ଅଗ୍ରାହ୍ୟ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ଉତ୍ପାଦ ନିମନ୍ତେ ଗୋଟିଏ ସ୍ଲାବ୍ ଟିକସ ସମ୍ଭବପର ନୁହେଁ। ଆମେ କ’ଣ ଏକା ଦରରେ ଦୁଗ୍ଧ ଓ ମର୍ସିଡିଜ୍ ଖରିଦ କରି ପାରିବା ବୋଲି ପ୍ରଧାନମନ୍ତ୍ରୀ ପଚାରିଛନ୍ତି।
ଟିକସ ନୀତି ଉପକାରିତାର ତାଲିକା କରି ପ୍ରଧାନମନ୍ତ୍ରୀ ଆକଳନ କରି କହିଲେ ଯେ ସମାଲୋଚକମାନେ ଦାବି କରୁଥିବା ଭଳି ଜିଏସ୍ଟି ଆଦୌ ଜଟିଳ ନୁହେଁ।
ଗତ ଏକ ବର୍ଷରେ ୪୮ ଲକ୍ଷ ନୂତନ ଉଦ୍ୟୋଗ ପଞ୍ଜିକୃତ ହୋଇଛି ଏବଂ ୧୧ କୋଟି ରିଟର୍ଣ୍ଣ ଫାଇଲ୍ କରାଯାଇଛି ବୋଲି ମୋଦି କହିଛନ୍ତି।
ରାଜ୍ୟ ସୀମାନ୍ତରୁ ଚେକ୍-ପୋଷ୍ଟ୍ ଉଠାଇ ଗୁରୁତ୍ୱପୂର୍ଣ୍ଣ ସମୟ, ସମ୍ବଳ ଏବଂ ଅର୍ଥ ବଞ୍ଚାଇ ଥିବାରୁ ପରିବହନ ଶିଳ୍ପ ଉପରେ ଜିଏସ୍ଟିର ସୁପ୍ରଭାବ କଥା କହିଥିଲେ ପ୍ରଧାନମନ୍ତ୍ରୀ। ଏହାଦ୍ୱାରା ଦେଶର ଉତ୍ପାଦନ କ୍ଷମତାରେ ଉନ୍ନତି ଆସିଛି ବୋଲି ସେ କହିଥିଲେ।
ଜିଏସ୍ଟି ପ୍ରବର୍ତ୍ତନ ଯୋଗୁଁ ଦେଖା ଦେଇଥିବା ସମସ୍ୟା କଥାରେ ପ୍ରଧାମନ୍ତ୍ରୀ କହିଲେ କି, ୧୭ଟି ଟିକସ ଏବଂ ୨୩ଟି ସେସ୍ ମିଶ୍ରଣ କରି କରାଯାଇଥିବା ଗୋଟିଏ ଟିକସ ଟିକସ ସଂସ୍କାର ପାଇଁ ବିଶ୍ୱର ସର୍ବବୃହତ୍ ଅର୍ଥନୀତିରେ ସମ୍ପୂର୍ଣ୍ଣ ରିସେଟ୍ ଆବଶ୍ୟକ।
ଜିଏସ୍ଟିକୁ ଏକ ବିବର୍ତ୍ତନ ଧାରା ବୋଲି ନାମିତ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ ରାଜ୍ୟ ସରକାର, ଲୋକ ଏବଂ ଗଣମାଧ୍ୟର ମତାମତକୁ ଆଧାର କରି ଏହି ନୀତିରେ ପରିବର୍ତ୍ତନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/modi-f.jpg)