ପାଟ୍ନ: ଗୁଜୁରାଟର ପାଟନ୍ ଜିଲ୍ଲାରେ ଚମକେଇ ଦେବା ପରି ଏକ ମାମଲା ସାମ୍ନାକୁ ଆସିଛି। ମାସିକ ୧୬ ହଜାର ଟଙ୍କା ରୋଜଗାର କରୁଥିବା ଜଣେ ଦିନ ମଜୁରିଆଙ୍କ ଉପରେ ୧.୯୬ କୋଟି ଟଙ୍କାର କର ଲାଗାଇ ଦେଇଛି ବେଙ୍ଗାଲୁରୁ ଜିଏସ୍ଟି ବିଭାଗ। ମଜୁରିଆ ଜଣକ ଅହମ୍ମଦାବାଦରେ ମିସ୍ତ୍ରୀ କାମ କରି ନିଜ ପରିବାର ପୋଷନ୍ତି। ସ୍ବଳ୍ପ ରୋଜଗାରରେ ନିଜ ପରିବାର ପୋଷୁଥିବା ଏହି ବ୍ୟକ୍ତିଙ୍କୁ ଯେତେବେଳେ ଜିଏସ୍ଟି ବିଭାଗରୁ ପାଖାପାଖି ୨ କୋଟି ଟଙ୍କାର ଏକ ନୋଟିସ୍ ମିଳିଲା ତ ସେ ଚକିତ ହୋଇଗଲେ।
ସୁନୀଲ ନାମକ ଏକ ବ୍ୟକ୍ତି ଦିନ ମଜୁରି କରି ଦୁଇପଇସା ରୋଜରାଗ କରନ୍ତି । ଏଥିରେ ହିଁ ତାଙ୍କ ଘରର ଭରଣ ପୋଷଣ ହୋଇଥାଏ । କିନ୍ତୁ ତାଙ୍କ ଉପରେ ଏତେ ଟଙ୍କାର ଟ୍ୟାକ୍ସ କେମିତି ଲଗାଇଲା ବେଙ୍ଗାଲୁରୁ ଜିଏସଟି ବିଭାଗ ?
ଜିଏସଟି ନୋଟିସ୍ ପାଇବା ପରେ ସୁନୀଲ୍ ଜଣେ ଓକିଲଙ୍କୁ ପରାମର୍ଶ କରିଥିଲେ । ତେବେ ଘଟଣା ଖୋଳତାଢ଼ ହେବାରୁ ଜଣାପଡ଼ିଛି ଯେ ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୧୧ଟି କମ୍ପାନି ଚାଲିଛି। ଆଉ ସେହି କମ୍ପାନି କୌଣସି କର ଦେଉନାହିଁ । ଯେଉଁଥିପାଇଁ ସୁନୀଲଙ୍କ ପାଖକୁ ମୋଟା ଅଙ୍କର କର ନୋଟିସ୍ ଆସିଛି।
ଆଧାର କାର୍ଡକୁ ପର୍ଜି କରି ବିଭିନ୍ନ ପ୍ରକାର ଅପରାଧ ହେଉଥିବା ଖବର ଅନେକ ସମୟରେ ସାମ୍ନାକୁ ଆସିଛି । ଠିକ୍ ସେହିପରି ଘଟଣା ସୁନୀଲଙ୍କ ସହ ଘଟିଛି । ସୁନୀଲଙ୍କ ଆଧାର କାର୍ଡକୁ ବ୍ୟବହାର କରି ୧୧ଟି ସ୍ଥାନ ଉତ୍ତର ପ୍ରଦେଶର ଅଯୋଧ୍ୟା, ଅଲିଗଡ, ଅରୁଣାଚଳପ୍ରଦେଶ, ମଣିପୁର, ତ୍ରିପୁରା, ନାଗପୁର, କର୍ଣ୍ଣାଟକ, ତାମିଲନାଡୁ, ଆଣ୍ଡାମାନ୍ ନିକୋବର୍ ଭଳି ସ୍ଥାନରେ କମ୍ପାନି ଖୋଲି ବ୍ୟବସାୟ କରିଆସୁଛି ସାଇବର ଠକ । ଘଟଣା ସାମ୍ନାକୁ ଆସିବା ପରେ ସୁନୀଲ ଓ ତାଙ୍କ ପରିବାର ଗୃହ ବିଭାଗ ଏବଂ କ୍ରାଇବ୍ରାଞ୍ଚରେ ଆଭିଯୋଗ କରିଛନ୍ତି । ତ