ଜିଏସ୍‌ଟି ଯୋଗୁଁ ପ୍ରତି ପରିବାରରେ ମାସକୁ ୩୨୦ ଟଙ୍କା ବଞ୍ଚୁଛି

ନୂଆଦିଲ୍ଲୀ: ଜିଏସ୍‌ଟି ଯୋଗୁଁ ଶସ୍ୟ, ଖାଇବା ତେଲ, ଚିନି ଜଳଖିଆ ଓ ମିଠା ଆଦି ପ୍ରମୁଖ ଜିନିଷ ପାଇଁ ହେଉଥିବା ଖର୍ଚ୍ଚରୁ ପ୍ରତି ଭାରତୀୟ ପରିବାର ମାସକୁ ହାରାହାରି ୩୨୦ ଟଙ୍କା ବଞ୍ଚାଇ ପାରୁଛି ବୋଲି ଏକ ସମୀକ୍ଷାରୁ ଜଣାପଡ଼ିଛି। ୨୦୧୭ ମସିହା ଜୁଲାଇ ପହିଲାରୁ ଜିଏସ୍‌ଟି ଲାଗୁ କରାଯାଇ ଗ୍ରାହକମାନଙ୍କ ଉପରୁ ପରୋକ୍ଷ କର ହ୍ରାସ କରାଯାଇଛି ବୋଲି ଅର୍ଥମନ୍ତ୍ରାଳୟର ଅଭ୍ୟନ୍ତରିଣ ନୋଟ୍‌ରୁ ଜଣାପଡ଼ିଛି।

ଜିଏସ୍‌ଟି ଲାଗୁ ହୋଇ ନ ଥିବାରୁ ଚାଉଳ ଆଦି ଶସ୍ୟ ଖରିଦ ଉପରେ ପ୍ରତି ପରିବାର ମାସକୁ ୯୪ ଟଙ୍କା ବଞ୍ଚାଇ ପାରୁଛି। ଜିଏସ୍‌ଟି ପୂର୍ବରୁ ଏହି ସବୁ ସମାଗ୍ରୀ ଉପରେ ପରୋକ୍ଷ କର ଥିଲା ୨. ୫% ରୁ ୨. ୭୫% ଯାଏଁ। ଜିଏସ୍‌ଟିର ପ୍ରଭାବ ଆକଳନ କରିବାକ ୁଏହି ନୋଟ୍‌ ପ୍ରସ୍ତୁତ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

Image Courresy of Moneycontrol

ଏଥିଯୋଗୁଁ ବଞ୍ଚୁଥିବା ୩୨୦ ଟଙ୍କା ଗରିବ ପରିବାର ପାଇଁ ଛୋଟକାଟର କଥା ନୁହେଁ ବୋଲି ଅଧିକାରୀମାନେ କହିଛନ୍ତି। ଜିଏସ୍‌ଟି ଯୋଗୁଁ ଖାଇବା ତେଲରୁ ପ୍ରତି ମାସରେ ପରିବାର ୧୫ ଟଙ୍କା, ଚିନିରୁ ୬ ଟଙ୍କା, ଚକ୍‌ଲିଟ୍‌ରୁ ୨୫ ଟଙ୍କା ବଞ୍ଚାଇ ପାରୁଛନ୍ତି। ନମ୍‌କିନ୍‌ ଓ ମିଠା ଭଳି ଜିନିଷରୁ ମାସକୁ ବଞ୍ଚୁଛି ୧୩ ଟଙ୍କା। କସ୍‌ମେଟିକ୍‌ ଆଦିରୁ ମଧ୍ୟ ବଞ୍ଚୁଛି ୧୯ ଟଙ୍କା, ଡିଟର୍‌ଜେଣ୍ଟ୍‌ରୁ ବଳୁଛି ୧୧ ଟଙ୍କା।

ଟାଇଲ୍‌ ଓ ଆସବାବପତ୍ର ଆଦିରୁ ମଧ୍ୟ ୨୪ ଟଙ୍କା ବଞ୍ଚୁଛି ବୋଲି ଏହି ନୋଟ୍‌ରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର