ନୂଆଦିଲ୍ଲୀ: ଦେଶବାସୀଙ୍କୁ ପୂଜା ଭେଟି ଦେଇଛନ୍ତି ମୋଦୀ ସରକାର । ଦୀପାବଳି ଭେଟି ଦେବା ସହ ଜିଏସଟି ହାର କମାଇ ଜୀବନଯାପନ ପ୍ରଣାଳୀକୁ ସରଳ କରି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଯେଉଁଥିରେ ସାଧାରଣ ଜନତାଙ୍କୁ ଅଧିକ ଫାଇଦା ମିଳିବାକୁ ଥିବା ବେଳେ ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀଙ୍କ ଯାଏଁ ଏବଂ ଘର ନିର୍ମାଣ ଠାରୁ ଆରମ୍ଭ କରି ବ୍ୟବସାୟ ଯାଏଁ ସବୁ କ୍ଷେତ୍ରରେ, ସମସ୍ତଙ୍କ ମୁହଁରେ ଖୁସି ଖେଳିଯାଇଛି ।

Advertisment

WhatsApp Image 2025-09-04 at 09.03.38

ଜିଏସଟି କାଉନସିଲର ୫୬ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି । ଦିଥାକିଆ କରି ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ହାନିକାରକ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବାକୁ ଥିବା ବେଳେ ଜାଣନ୍ତୁ ଜିଏସି- ୨.୦ ପରେ କଣ ହେଲା ହେବ ଶସ୍ତା, କଣ ହେବ ମହଙ୍ଗା ? କେଉଁଥିଲେ ଲାଗିବ କେତେ ଜିଏସଟି ?

GST

ଶୂନ ଜିଏସଟି

-ଜୀବନ ବୀମା
-ସ୍ବାସ୍ଥ୍ୟବୀମା
-ଛେନା, ପନୀର, ରୁଟି
-ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା
-ମ୍ୟାପ୍, ଚାର୍ଟ, ଗ୍ଲୋବ
-ପେନସିଲ୍, ଖାତା ବହି, ରବର

୧୮% ଜିଏସଟି

-ଏସି, ଟିଭି, ଓ୍ଵାସିଂ ମେସିନ୍, କାର୍ ପାର୍ଟ୍ସ
-ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍) 
-ପେଟ୍ରୋଲ-ଏଲପିଜି ଓ ସିଏନଜି କାର 
( ୧୨ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ତିନି ଚକିଆ ଯାନ, ସାମଗ୍ରୀ ପରିବହନ କରୁଥିବା ଗାଡ଼ି
-ଡିଜେଲ୍ ଚାଳିତ ଗାଡ଼ି (୧୫ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ମନିଟର ଓ ପ୍ରୋଜେକ୍ଟର, ସିମେଣ୍ଟ
-ପୂର୍ବରୁ ସିମେଣ୍ଟ ଉପରେ ୨୮%ରୁ ଜିଏସଟି ଥିଲା ଏବେ କମି ୧୮% ହେଲା


୫% ଜିଏସଟି

-କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ
-ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ
-ରୋଷେଇ ଘରର ସାମଗ୍ରୀ, ନମକିନ
-ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି
-ନୁଡଲ୍ସ, ଚକୋଲେଟ, କଫି, ଘିଅ, ଲହୁଣି
-ସିଲେଇ ମେସିନ ଓ ପାର୍ଟସ, ନ୍ୟାପକିନ୍
-କ୍ଲିନିକାଲ ଡାଇପର
-ଛୋଟ ପିଲାଙ୍କୁ କ୍ଷୀର ଖୁଆଇବା ବୋତଲ
-ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର
-ଚାଷ କାମରେ ଲାଗୁଥିବା ମେସିନ
-ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍
-ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର
-ଜୀବନ ରକ୍ଷାକାରୀ ଔଷଧ

540689268_1212520414236900_5752970643833444663_n