କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ସାମଗ୍ରୀ ଉପରେ ଲାଗୁ ଜିଏସଟି ହ୍ରାସ

କମିବ ଅକ୍ସିଜେନ କନସେଣ୍ଟ୍ରେଟର, ଭେଣ୍ଟିଲେଟର, ଅକ୍ସିମିଟର, ରେମଡେସିଭିରର ମୂଲ୍ୟ

ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ୪୪ତମ ଜିଏସଟି ପରିଷଦ ବୈଠକରେ ମନ୍ତ୍ରୀଗୋଷ୍ଠୀ ବା ଗ୍ରୁପ ଅପ ମିନିଷ୍ଟର୍ସ (ଜିଓଏମ୍) ଦ୍ବାରା କୋଭିଡ୍ ସାମଗ୍ରୀ ଉପରୁ ଟିକସ ହ୍ରାସ ପାଇଁ କରାଯାଇଥିବା କେତେକ ସୁପାରିଶକୁ ଗ୍ରହଣ କରାଯାଇଛି । ଇଲେକ୍ଟ୍ରିକ ଫର୍ଣ୍ଣେସ, ତାପମାତ୍ରା ଯାଞ୍ଚ ଉପକରଣ ଉପରେ ଲାଗୁ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରାଯ଼ାଇଛି । ଆମ୍ବୁଲାନ୍ସ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ କରୋନା ଚିକିତ୍ସାରେ ଲାଗୁଥିବା କେତେକ ଔଷଧ ରେମଡେସିଭିର, ଟୋସିଲିଜୁମାବ, ହେପାରିନ ଉପରୁ ଜିଏସଟି ହ୍ରାସ କରାଯ଼ାଇଛି । ଏଣିକି ରେମଡେସଭିର ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ, ଯାହାକି ପୂର୍ବରୁ ୧୨ ପ୍ରତିଶତ ଥିଲା । ଅନ୍ୟପକ୍ଷରେ କୋଭିଡ୍ ଟେଷ୍ଟିଂ କିଟ୍, ମେଡିକାଲ ଗ୍ରେଡ ଅକ୍ସିଜେନ, ଅକ୍ସିଜେନ କନସେଣ୍ଟ୍ରଟର, ଭେଣ୍ଟିଲେଟର, ଭେଣ୍ଟିଲେଟର ମାସ୍କ ଓ ହେଲମେଟ, ବାଇପାପ୍ ମେସିନ, ଏଚଏଫଏନସି ମେସିନ, ପଲ୍ସ ଅକ୍ସିମିଟର, ଉପରେ ପୂର୍ବରୁ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିବାବେଳେ ଏବେ ତାହା ୫ ପ୍ରତିଶତ ଲାଗୁ ହେବ । ଆହୁରି ମଧ୍ୟ ହାଣ୍ଡ ସାନିଟାଇଜର ଉପରେ ପୂର୍ବରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଥିବାବେଳେ ଏବେ ତାହା ୫ ପ୍ରତିଶତ ଲାଗୁ ହେବ ।

 

ସମ୍ବନ୍ଧିତ ଖବର