ଏପ୍ରିଲ ୨୦୨୨ରେ ସର୍ବକାଳୀନ ସର୍ବାଧିକ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍‌ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି ।ଏଥିମଧ୍ୟରେ ୩୩,୧୫୯ କୋଟି ଟଙ୍କାରସିଜିଏସଟି, ୪୧,୭୯୩ କୋଟି ଟଙ୍କାର ଏସଜିଏସଟି, ୮୧,୯୩୯ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଆମଦାନିରୁସଂଗୃହୀତ ୩୬,୭୦୫ କୋଟି ଟଙ୍କା ସମେତ) ଏବଂ ୧୦,୬୪୯ କୋଟି ଟଙ୍କାର ସେସ (ସାମଗ୍ରୀ ଆମଦାନିରୁ ସଂଗୃହିତ ୮୫୭ କୋଟି ଟଙ୍କା ସମେତ)ସାମିଲ ରହିଛି ।

ଗତ ମାସ ଅର୍ଥାତ୍‌ ମାର୍ଚ୍ଚ ୨୦୨୨ରେ ସଂଗୃହୀତ ଜିଏସଟି ରାଜସ୍ବ ପରିମାଣ ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କାରୁ ୨୫ ହଜାର ଟଙ୍କା ଅଧିକ ରହିଛି ।

ଏପ୍ରିଲ ୨୦୨୨ରେ ଓଡ଼ିଶାରେ ୪ ହଜାର ୯୧୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଛି । ଗତବର୍ଷ ଅର୍ଥାତ୍‌ ୨୦୨୧ ଏପ୍ରିଲରେ ସଂଗୃହୀତ ଜିଏସଟି ରାଜସ୍ବ ପରିମାଣ ୩ ହଜାର ୮୪୯ କୋଟି ଟଙ୍କା ଠାରୁଏହା ୨୮% ଅଧିକ ।

ସରକାର ସିଜିଏସଟି ବାବଦରେ ୩୩,୪୨୩ କୋଟି ଟଙ୍କାଏବଂ ଆଜିଏସଟିରୁ ଏସଜିଏସଟି ବାବଦରେ ୨୬ ହଜାର ୯୬୨ କୋଟି ଟଙ୍କା ପରିଶୋଧକରିଛନ୍ତି । ନିୟମିତ ପରିଶୋଧ ପରେ ୨୦୨୨ ଏପ୍ରିଲ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ସଂଗ୍ରହ ପରିମାଣ ସିଜିଏସଟି ବାବଦରେ ୬୬,୫୮୨ ଏବଂ ଏସଜିଏସଟି ବାବଦରେ ୬୮,୭୫୫ କୋଟି ଟଙ୍କା ରହିଛି ।

୨୦୨୨ ଏପ୍ରିଲ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ଗତବର୍ଷ ସମାନ ମାସରେ ସଂଗୃହୀତ ରାଜସ୍ବ ତୁଳନାରେ ୨୦% ଅଧିକ ରହିଛି । ଏପ୍ରିଲ ୨୦୨୨ରେ ଗତବର୍ଷର ସମାନ ଅବଧି ଅର୍ଥାତ୍‌ ଏପ୍ରିଲ ୨୦୨୧ ତୁଳନାରେ ସାମଗ୍ରୀ ଆମଦାନିରୁ ସଂଗୃହୀତ ରାଜସ୍ବ ୩୦%  ଅଧିକ ଥିବା ବେଳେ ଘରୋଇ କାରବାରରୁ ସଂଗୃହୀତ ରାଜସ୍ବ (ସେବା ଆମଦାନି ସମେତ) ୧୭% ଅଧିକ ଥିବାସୂଚନା ମିଳିଛି ।

ପ୍ରଥମ ଥର ପାଇଁସକଳ ଜିଏସଟି ସଂଗ୍ରହ ପରିମାଣ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୨ରେ ମୋଟ୍‌ ୭.୭ କୋଟି ଇ-ୱେବିଲ୍‌ ଜାରିକରାଯାଇଛି, ଯାହାକି ଫେବୃଆରି ୨୦୨୨ ତୁଳନାରେ ଜାରି କରା ଯାଇଥିବା ୬.୮ କୋଟି ଇ-ୱେବିଲ୍‌ ତୁଳନାରେ ୧୩% ଅଧିକ ।ଏହାଦ୍ବାରା ବ୍ୟବସାୟିକ ଗତିବିଧି ତ୍ବରାନ୍ବିତ ହୋଇଥିବା ସଙ୍କେତ ମିଳିଛି ।

ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେସର୍ବାଧିକ ରାଜସ୍ବ ସଂଗ୍ରହ ଦେଖିବାକୁ ମିଳିଛି । ୨୦ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେସର୍ବାଧିକ ଏବଂ ଏହି ତାରିଖ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ଗୋଟିଏ ଘଣ୍ଟାରେ ସର୍ବାଧିକ ରାଜସ୍ବ ସଂଗ୍ରହ କରାଯାଇଥିଲା । ୨୦ ଏପ୍ରିଲ ୨୦୨୨ରେ ୯.୫୮ ଲକ୍ଷ କାରବାର (ଟ୍ରାଞ୍ଜାକ୍ସନ) ମାଧ୍ୟମରେ ମୋଟ୍‌ ୫୭,୮୪୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ସେହିଦିନ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ୮୮ ହଜାର କାରବାର ଜରିଆରେ ପ୍ରାୟ ୮ ହଜାର କୋଟି ଟଙ୍କାର ରାଜସ୍ବ ସଂଗୃହୀତ ହୋଇଥିଲା । ଗତବର୍ଷ ସମାନ ତାରିଖ, ଅର୍ଥାତ୍ ୨୦୨୧, ଏପ୍ରିଲ ୨୦ ତାରିଖରେ ସର୍ବାଧିକ ଦୈନିକ ରାଜସ୍ବ ସଂଗ୍ରହ ପରିମାଣ ୪୮ ହଜାର କୋଟି ଟଙ୍କା ଥିଲା । ୭.୨୨ ଲକ୍ଷ କାରବାର ମାଧ୍ୟମରେ ଏହିରାଜସ୍ବ ସଂଗ୍ରହ କରାଯାଇଥିଲା । ସେହି ସମାନ ତାରିଖ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ୬୫ ହଜାର କାରବାର ଜରିଆରେ ୬,୪୦୦ କୋଟି ଟଙ୍କାର ରାଜସ୍ବ ସଂଗୃହୀତ ହୋଇଥିଲା, ଯାହାକି ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ ରାଜସ୍ବ ସଂଗ୍ରହ ଥିଲା ।

ସମ୍ବନ୍ଧିତ ଖବର