ଶ୍ରୀହରିକୋଟା: ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଦେଶର ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ଜିସ୍ୟାଟ୍-୨୯ର ସଫଳ ଉତ୍କ୍ଷେପଣ କରିଛି। ଅନୁକୂଳ ପାଣିପାଗ ଯୋଗୁଁ ଏହି ଉପଗ୍ରହ ଉତ୍କ୍ଷେପଣରେ କୌଣସି ସମସ୍ୟା ନଥିଲା ଏବଂ ତାହା ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ଉପଗ୍ରହରେ ଏକ ସ୍ବତନ୍ତ୍ର ହାଇ ରିଜୋଲ୍ୟୁସନ କ୍ୟାମେରା ଲଗାଯାଇଛି ଏବଂ ଏହାଦ୍ବାରା ଭାରତ ମହାସାଗର ଉପରେ ଅହରହ ନଜର ରଖିବାକୁ ଯୋଜନା ହୋଇଛି। ଏହି ଯୋଗାଯୋଗ ଉପଗ୍ରହ ମାଧ୍ୟମରେ ଜମ୍ମୁ କଶ୍ମୀର ସମେତ ଉତ୍ତର ପୂର୍ବ ଭାରତରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ସୁବିଧାଜନକ ହେବ ବୋଲି ଜଣାପଡ଼ିଛି। ୩୪୨୩ କିଲୋଗ୍ରାମ ଓଜନର ଏହି ଉପଗ୍ରହ ଭାରତ ଆଜି ପର୍ଯ୍ୟନ୍ତ ପଠାଇଥିବା ସବୁଠାରୁ ଅଧିକ ଓଜନର ସ୍ୟାଟେଲାଇଟ୍। ଜିଏସ୍ଏଲ୍ଭି-ଏମ୍କେ ୩ ରକେଟ୍ ତା’ର ଦ୍ବିତୀୟ ଉଡ଼ାଣରେ ଏହି ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିଛି। ପୃଥିବୀଠାରୁ ୩୬ ହଜାର କିମି ଦୂରରେ ଭୂସ୍ଥିର କକ୍ଷରେ ଏହାକୁ ଅବସ୍ଥାପିତ କରାଯାଇଥିବା ବେଳେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଏହା ସେବା ଯୋଗାଇ ଚାଲିବ ବୋଲି ଜଣାପଡ଼ିଛି।
ଜିସ୍ୟାଟ୍-୨୯ର ସଫଳ ଉତ୍କ୍ଷେପଣ, ଭାରତ ମହାସାଗର ଉପରେ ନଜର ରଖିବ
/sambad/media/post_attachments/wp-content/uploads/2018/11/gst.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)