ନୂଆଦିଲ୍ଲୀ : ଆଜି ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଲାଲକିଲ୍ଲା ଅଭିଭାଷଣରେ ଜିଏସଟି ବ୍ୟବସ୍ଥାର ସରଳୀକରଣ ବିଷୟରେ ଘୋଷଣା କରିଥିଲେ । ଆସନ୍ତା ଦୀପାବଳି ଅବସରରେ ଏହି ନୂଆ ସ୍ଲାବ ଲାଗୁ ହେବ ବୋଲି ସେ କହିଥିଲେ ।
ସୂଚନା ଅନୁସାରେ ଜିଏସଟିକୁ ୨ଟି ସ୍ଲାବ ବିଶିଷ୍ଟ କରାଯିବ । ଗୋଟିଏ ହେଉଛି ୫% ସ୍ଲାବ ଓ ଅନ୍ୟଟି ହେଉଛି ୧୮% ସ୍ଲାବ । ବର୍ତ୍ତମାନ ୧୨% ଜିଏସଟି ଲାଗୁ ହେଉଥିବା ଅଧିକାଂଶ (ପ୍ରାୟ ୯୯%) ସାମଗ୍ରୀକୁ ୫% ସ୍ଲାବରେ ରଖାଯିବ। ତେବେ ବିଳାସମୟ ସାମଗ୍ରୀ ଓ ହାନୀକାରକ ସାମଗ୍ରୀ( ତମ୍ବାଖୁ, ମଦ)ଗୁଡ଼ିକୁ ଏକ ସ୍ବତନ୍ତ୍ର ସ୍ଲାବ ୪୦%ରେ ରଖାଯିବ ।
ଜିଏସଟିକୁ ୨ଟି ସ୍ଲାବ ବିଶିଷ୍ଟ କରାଯିବ । ଗୋଟିଏ ହେଉଛି ୫% ଓ ଅନ୍ୟଟି ହେଉଛି ୧୮% ସ୍ଲାବ । ବର୍ତ୍ତମାନ ୧୨% ଜିଏସଟି ଲାଗୁ ହେଉଥିବା ଅଧିକାଂଶ (ପ୍ରାୟ ୯୯%) ସାମଗ୍ରୀକୁ ୫% ସ୍ଲାବରେ ରଖାଯିବ।
ସରକାର ଆଶା କରୁଛନ୍ତି ଯେ ଜିଏସଟି ବ୍ୟବସ୍ଥାରେ ସଂସ୍କାର ବ୍ୟବହାରକୁ ବୃଦ୍ଧି କରିବ ଏବଂ ରାଜସ୍ୱ କ୍ଷତିକୁ ପୂରଣ କରିବ। ସୂତ୍ର ଅନୁଯାୟୀ, ସଂଶୋଧିତ ଜିଏସଟି ବ୍ୟବସ୍ଥାରେ ସାଧାରଣ ଲୋକଙ୍କ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ପାଞ୍ଚ ପ୍ରତିଶତ ଟିକସ ଲାଗୁ ହେବ। ସଂଶୋଧିତ ଜିଏସଟି ବ୍ୟବସ୍ଥାରେ, ତମାଖୁ ଉତ୍ପାଦ ଉପରେ ୪୦ ପ୍ରତିଶତ ଜିଏସଟି ଲାଗୁ ହେବ। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ପୂର୍ବପରି ଜିଏସଟି ସ୍ଲାବର ନୂତନ ବ୍ୟବସ୍ଥାରୁ ବାହାରେ ରଖାଯିବ। ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିସରକୁ ଆଣିବାକୁ କୌଣସି ସହମତି ହୋଇପାରିନାହିଁ । ଆସନ୍ତା ସେପ୍ଟେମ୍ବର ମାସରେ ଜିଏସଟି ପରିଷଦର ବୈଠକ ବସିବାକୁ ଯାଉଥିବାବେଳେ ସେଥିରେ ନୂଆ ସ୍ଲାବ ନେଇ ଘୋଷଣା ହେବ ।