ଚିକିତ୍ସା ପାଇଁ ଆସିଥିବା ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ବାହାରେ ଛାଡ଼ିଲେ ସିକ୍ୟୁରିଟି ଗାର୍ଡ

ଭୋପାଳ: ଗୁରୁବାର ମଧ୍ୟପ୍ରଦେଶର ଏକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ଜଣେ ମହିଳାଙ୍କ ସହ ଯେଉଁଭଳି ଭାବେ ବ୍ୟବହାର କରାଯାଇଛି, ତାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ଚିକିତ୍ସା ପାଇଁ ଆସିଥିବା ମହିଳାଙ୍କୁ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଘୋଷାଡି ଘୋଷାଡ଼ି ବାହାରେ ଫିଙ୍ଗିବା ଘଟଣା ଏବେ ଡାକ୍ତରଖାନାକୁ ବିବାଦ ଘେରକୁ ଆଣିଛି। ଘଟଣାଟି ଭୋପାଳରୁ ୩୨୦କିଲୋମିଟର ଦୂରରେ ଥିବା ଖରଗୋନେରେ ଘଟିଛି। ମହିଳାଜଣକ ଡାକ୍ତରଖାନାରେ ପହଞ୍ଚିବା ପରେ ସିକ୍ୟୁରିଟି ଗାର୍ଡ ତାଙ୍କୁ କାଦୁଅରେ ୩୦୦ମିଟର ଘୋଷାଡ଼ି ଘୋଷାଡ଼ି ନେଇ ବାହାରେ ଛାଡ଼ିଥିବା ଜଣାପଡ଼ିଛି।

Guard Caught Dragging Woman Out Of Madhya Pradesh Hospital In Photos
ndtv

ଘଟଣାର ଫଟୋ ଭାଇରାଲ ହେବା ପରେ ଉକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ବରଖାସ୍ତ କରିବା ସହ ସିକ୍ୟୁରିଟି ଗାର୍ଡ ଏଭଳି କରିବା ପଛର ଭିନ୍ନ କାରଣ ଦର୍ଶାଇଛି ଡାକ୍ତରଖାନା ପ୍ରଶାସନ। ଡାକ୍ତରଖାନା ପ୍ରଶାସନ ଅନୁଯାୟୀ, ମହିଳାଜଣକ ମାନସିକ ସ୍ତରରେ ଅସ୍ଥିର ଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନଜଣାଇ କେହି ତାଙ୍କୁ ଡାକ୍ତରଖାନା ଛାଡ଼ି ପଳାଇଥଲେ। ଡାକ୍ତରଖାନା ପହଞ୍ଚି ସେ ରୋଗୀଙ୍କ ସହ ଅସଦାଚରଣ କରିବା ସହ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ତେଣୁ ଅଧିକାରୀମାନେ ସିକ୍ୟୁରିଟି ଗାର୍ଡକୁ ଡାକି ମହିଳାଙ୍କୁ ବାହାରେ ଛାଡ଼ିବାକୁ କହିଥିଲେ। କିନ୍ତୁ ମହିଳାଜଣକ ବାହାରକୁ ନଯାଇ ଡାକ୍ତରଖାନାର ପ୍ରବେଶ ପଥରେ ବସିରହିଥିଲେ। ପରେ ଡାକ୍ତରଖାନାକୁ ଆସୁଥିବା ଆମ୍ବୁଲାନ୍ସ ଭିତରକୁ ନଆସିପାରିବାରୁ  ସିକ୍ୟୁରିଟି ଗାର୍ଡ ତାଙ୍କୁ ସେଠାରୁ ନେଇ ବାହାରେ ଛାଡ଼ିଥିଲେ। ତାଙ୍କୁ କେହି ବି କାଦୁଅରେ ଘୋଷାଡ଼ି ଘୋଷାଡ଼ି ନେଇ ବାହାରେ ଛାଡ଼ିନାହାନ୍ତି।

ସମ୍ବନ୍ଧିତ ଖବର