ଗୁଏଟ୍‌ମାଲା ଆଗ୍ନେୟଗିରି ଉଦ୍‌ଗୀରଣ ୨୫ ମୃତ, ୩୦୦୦ ସ୍ଥାନାନ୍ତରିତ

ଗୁଏଟ୍‌ମାଲା ସିଟି: ଗୁଏଟ୍‌ମାଲା ସହରରେ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ରବିବାର ଦିନ ଫ୍ୟୁଗୋ ଆଗ୍ନେୟଗିରିରୁ ଉଦ୍‌ଗୀରଣ ହେବା ପରେ ପ୍ରାୟ ୬ ମାଇଲ ପର୍ଯ୍ୟନ୍ତ ବାୟୁମଣ୍ଡଳ କଳା ଧୂଅାଁରେ ଢାଙ୍କି ହୋଇଯାଇଥିଲା। ଏହି ଉତ୍ତପ୍ତ ଲାଭା ସଂଶ୍ପର୍ଶରେ ଆସି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଶରୀରରେ ଅର୍ଦ୍ଧେକାଂଶ ଜଳିଯାଇଥିବାରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର