ଗୁଡ଼ିୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୨୦୧୭ରେ ସିମ୍‌ଲାରେ ଜଣେ ୧୬ ବର୍ଷୀୟା ସ୍କୁଲ୍‌ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ୪ ବର୍ଷ ତଳର ଏହି ଘଟଣା ହିମାଚଳପ୍ରଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ଗୁଡ଼ିଆ ମାମଲା ଭାବେ ଚର୍ଚ୍ଚିତ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଆଜି ଆଜୀବନ କାରାଦଣ୍ଡ ହୋଇଛି। ସିମ୍‌ଲା କୋର୍ଟ ଦୋଷୀ ଅନୀଲ କୁମାର ଓରଫ୍‌ ନିଲୁକୁ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଗତ ଏପ୍ରିଲ ୨୮ ତାରିଖରେ ସେ ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲା। ନାବାଳିକା ସ୍କୁଲ୍‌ରୁ ଫେରୁଥିବାବେଳେ ତାକୁ ଜଙ୍ଗଲରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ମାମଲାରେ ୬ ଜଣ ଗିରଫ ହୋଇଥିଲେ। କିନ୍ତୁ ସିବିଆଇ ତଦନ୍ତ ପରେ ଜଣାପଡ଼ିଲା ଯେ, ଉକ୍ତ ୬ ଜଣ ଅପରାଧରେ ସମ୍ପୃକ୍ତ ନୁହନ୍ତି। ସିବିଆଇ ଜୁଲାଇ ୨୨, ୨୦୧୭ରେ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର