ମଙ୍କିପକ୍ସକୁ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ମଙ୍କିପକ୍ସ ଏବେ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଛି । ଭାରତରେ ଏପର୍ଯ୍ୟନ୍ତ (ମେ ୩୧ ସୁଦ୍ଧା)  ମଙ୍କିପକ୍ସର କୌଣସି ମାମଲା ଚିହ୍ନଟ ହୋଇନଥିଲେ ବି ତାହାର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏହି ରୋଗ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାରଦିନ ଏକ ଜାତୀୟ ଗାଇଡଲାଇନ ଜାରି କରାଯାଇଛି ।

ଏହି ଗାଇଡଲାଇନ ମଧ୍ୟରେ ରହିଛି ରୋଗ ଚିହ୍ନଟ, ରୋଗ ସଂସ୍ପର୍ଶ ଓ ସଂକ୍ରମଣ ସଂପର୍କିତ ବ୍ୟାଖ୍ୟା, ଚିହ୍ନଟ, ସଂକ୍ରମଣ ପରିଚାଳନା, ସଂକ୍ରମଣର ବିପଦ ସଂପର୍କରେ ଜନସଚେତନତା ଓ ସଂକ୍ରମଣର ନିବାରଣ ଓ ନିୟନ୍ତ୍ରଣ ।

ଭାରତରେ ଏହି ରୋଗର ନିୟନ୍ତ୍ରଣ ପାଇଁ ସତର୍କତା ଓ ଆଗୁଆ ଚିହ୍ନଟ ଓ ଦୈନିକ ସଂକ୍ରମଣର ସଂଖ୍ୟା ଉପରେ ନଜର, ସଂକ୍ରମିତଙ୍କ ଶରୀରରେ ଦେଖାଯାଉଥିଲା ଲକ୍ଷଣ ଉପରେ ୨୧ ଦିନ ପାଇଁ ନଜର ରଖିବା ଅନ୍ୟତମ ।

ସାରା ବିଶ୍ବରେ ଏବେ  ପ୍ରାୟ ୪୦୦ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ବ୍ରିଟେନ ସମେତ ୟୁରୋପର ୧୨ରୁ ଅଧିକ ଦେଶରେ ଏହା ଚିହ୍ନଟ ହୋଇଛି । ଏଣୁ ଯେଉଁ ସବୁ ଦେଶରେ ମଙ୍କପକ୍ସ ମାମଲା ଚିହ୍ନଟ ହୋଇଛି, ସେସବୁ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଭାରତରେ ସତର୍କ ଦୃଷ୍ଟି ରଖାଯାଇଛି ।

ସମ୍ବନ୍ଧିତ ଖବର