ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଘୋଷଣା: ୧୯ ଦିବ୍ୟାଙ୍ଗଙ୍କ ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ

କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ: କରୋନା ମହାମାରୀକୁ ଆଖି ଆଗରେ ରଖି କେନ୍ଦ୍ର ସାମାଜିନ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ବସବାସ କରୁଥିବା ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି। ବିଶ୍ବବ୍ୟାପୀ ଦେଖାଦେଇଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ନିମନ୍ତେ କେତେକ ଜରୁରୀକାଳୀନ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି।

କୋଭିଡ–୧୯ ସମଗ୍ର ଜନସମାଜ ଉପରେ ପ୍ରଭାବ ବିସ୍ତାର କରୁଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ଶାରିରୀକ ଅସମର୍ଥ୍ୟ ଯୋଗୁଁ ଏହାକୁ ସ୍ବତନ୍ତ୍ର ଭାବେ ବିବେଚନା କରାଯାଉଛି। ସେଥିପାଇଁ ସେମାନଙ୍କ ଅସମର୍ଥ୍ୟ ପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ ବିଷୟ ନିରୂପଣ କରାଯାଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସର୍ବାଗ୍ରେ ବାଞ୍ଝନୀୟ। ଶାରିରୀକ ଅସମର୍ଥ୍ୟ ଆଇନ ୨୦୧୬ର ଧାରା ୮ ଅନୁସାରେ ଏଭଳି ପରିସ୍ଥିତିରେ ଦିବ୍ୟାଙ୍ଗମାନଙ୍କର ଅନ୍ୟମାନଙ୍କ ଭଳି ସମାନ ସୁରକ୍ଷା ଅଧିକାର ରହିଛି। ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଥିବା ଆପଦା ପରିଚାଳନା କର୍ତୃପକ୍ଷ ଏଥିନେଇ ଦିବ୍ୟାଙ୍ଗମାନଙ୍କୁ ସମସ୍ତ ବିଷୟ ଅବଗତ କରାଇବାକୁ ଆଇନରେ ବ୍ୟବସ୍ଥା ଅଛି। ଦିବ୍ୟାଙ୍ଗ ପରିଚାଳନା ଆୟୁକ୍ତମାନଙ୍କୁ ଏହି କର୍ତୃପକ୍ଷର କର୍ମକର୍ତାମାନେ ଆପଦା ପରିଚାଳନା ସମୟରେ ଏ ବିଷୟରେ ଅବଗତ କରାଇବେ। ୨୦୧୯ ସେପ୍ଟେମ୍ବରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନ୍ତର୍ଗତ ଜାତୀୟ ଆପଦା ପରିଚାଳନା କର୍ତୃପକ୍ଷ ଦିବ୍ୟାଙ୍ଗମାନଙ୍କ ଆପଦକାଳୀନ ବିପଦ ପ୍ରଶମନ ନେଇ ନିର୍ଦ୍ଦେଶାବଳୀ ଜାରି କରିଥିଲା। ଚଳିତ ମାସ ୨୪ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଭିନ୍ନ କର୍ତୃପକ୍ଷଙ୍କୁ କୋଭିଡ–୧୯ ସଂକ୍ରମଣ ରୋକିବା ଦିଗରେ ୨୧ ଦିନିଆ ଲକଡାଉନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯାହାକି ୨୫ ତାରିଖ ଠାରୁ ଲାଗୁ ହୋଇଛି। କେନ୍ଦ୍ର ଗୃହ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀଗୁଡିକ ସମସ୍ତ ନାଗରିକମାନଙ୍କ ପାଇଁ ଲାଗୁ ହେଉଥିବା ବେଳେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା କର୍ତୃପକ୍ଷ ଏହି ମହାମାରୀ କାଳରେ ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ବିଶେଷ ଧ୍ୟାନ ଦେବେ ବୋଲି ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଉଛି।

ସମ୍ବନ୍ଧିତ ଖବର