ଧାର୍ମିକସ୍ଥଳ, ହୋଟେଲ, ମଲ୍‌ ପାଇଁ ଗାଇଡଲାଇନ୍ସ ଜାରିି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଧାର୍ମିକସ୍ଥଳ, ମଲ୍‌, ରେସ୍ତୋରାଁ ଏବଂ ହୋଟେଲ ଖୋଲିବା ନେଇ ନୂତନ ନ‌ିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଗୃହ ମନ୍ତ୍ରାଳୟ ଶନିବାର ଜାରି କରିଥବା ନିର୍ଦ୍ଦେଶାବଳୀରେ ଅବରୋଧ ଅଂଚଳକୁ ବାଦ୍‌ ଦେଇ ଦେଶର ଅନ୍ୟ ଅଂଚଳରେ ଧାର୍ମିକସ୍ଥଳ, ମଲ୍‌, ରେସ୍ତୋରାଁ ଏବଂ ହୋଟେଲ ଖୋଲିବାକୁ ଅନୁମତି ଦେଇଥିଲେ। ଅନ୍‌ଲକ୍‌-୧ ଅଧୀନରେ ୮ ଜୁନ୍‌ରୁ ଏହିସବୁ ସ୍ଥଳ ଖୋଲିବା ପାଇଁ ଘୋଷଣା କରାଯାଇଥିଲା।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ମଲ୍‌, ହୋଟେଲ, ଏବଂ ଧାର୍ମିକସ୍ଥଳକୁ ଯାଉଥିବା ବ୍ୟକ୍ତିଙ୍କୁ ଫୋନ୍‌ରେ ଆରୋଗ୍ୟ ସେତୁ ଆପ୍‌ ରଖିବାକୁ ହେବ। ଏହା ସହିତ ଫେସ୍‌ ମାସ୍କ ଲଗାଇବାକୁ ପଡ଼ିବ ଏବଂ ଅନ୍ୟ ଲୋକଙ୍କଠାରୁ ୬ ଫୁଟ ଦୂରତା ରକ୍ଷା କରିବାକୁ ହେବ।

en.hotel-edelweiss73.com

ମଲ୍‌-ରେସ୍ତୋରାଁ-ହୋଟେଲ
ସପିଂ ମଲ୍‌ରେ ଦୋକାନୀମାନଙ୍କୁ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ହେବ, ଯାହାଦ୍ବାରା ସାମାଜିକ ଦୂରତା ରକ୍ଷା କରାଯାଇପାରିବ।
ଏଲିଭେଟରରେ ବି କେତେ ଲୋକ ଯିବେ ତାହା ନିର୍ଦ୍ଧାରଣ କରିବାକୁ ହେବ।
ମଲ୍‌ ଭିତରେ ଗେମିଂ ଆର୍କଡ୍‌ସ, ପିଲାମାନଙ୍କ ଖେଳିବା ସ୍ଥାନ ଏବଂ ସିନେମା ହଲ୍‌ ବନ୍ଦ ରହିବ।
ହୋଟେଲରେ କେବଳ ସେହି କର୍ମଚାରୀ ଏବଂ ଅତିଥିଙ୍କୁ ଅନୁମତି ମିଳିବ ଯେଉଁମାନଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିବ।
ହୋଟେଲରେ ନଗଦ କାରବାର ବନ୍ଦ ରହିବ। କେବଳ ଅନ୍‌ଲାଇନ୍‌ ଓ ଅନ୍ୟ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ହିଁ କାର୍ଯ୍ୟକାରୀ ହେବ।
ସମସ୍ତ ୱାସ୍‌ରୁମ୍‌କୁ ସଂପୂର୍ଣ୍ଣ ପରିଷ୍କାର ରଖିବାର ବ୍ୟବସ୍ଥା କରାଯିବ।
ଗ୍ରାହକମାନେ ଟେବୁଲ ଛାଡ଼ିବା ପରେ ଏହାକୁ ସାନିଟାଇଜ୍‌ କରାଯିବ।

India Today

ଧାର୍ମିକସ୍ଥଳ
ଧର୍ମସ୍ଥଳରେ ପ୍ରାର୍ଥନା ସଭା ଆୟୋଜନ ହୋଇପାରିବ ନାହିଁ।
ଶ୍ରଦ୍ଧାଳୁମାନେ ଘରୁ ଆସନ ନେଇ ଯାଇପାରିବେ।
ଧାର୍ମିକ ସ୍ଥଳକୁ ନିୟମିତ ବ୍ୟବଧାନରେ ବିଶୋଧନ କରାଯିବା ପାଇଁ ପରିଚାଳକମାନେ ବ୍ୟବସ୍ଥା କରିବେ।
ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ‌କରାଯିବା ଜରୁରୀ।
କେବଳ ଲକ୍ଷଣ ନଥିବା ଲୋକେ ହିଁ ପ୍ରବେଶ କରିପାରିବେ।
ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
ପ୍ରସାଦ ବିତରଣ ଏବଂ ପବିତ୍ର ଜଳ ସିଂଚନ କାର୍ଯ୍ୟକ୍ରମ ବନ୍ଦ ରହିବ।
ଧାର୍ମିକସ୍ଥଳରେ ସଂଗୀତ ବାଜି ପାରିବ, କିନ୍ତୁ କଳାକାରମାନଙ୍କୁ ଏକତ୍ରିତ କରି ଭଜନ କୀର୍ତ୍ତନ ଆଦି କରାଯାଇପାରିବ ନାହିଁ।
ବିଗ୍ରହ ଏବଂ ପବିତ୍ର ଧର୍ମଗ୍ରନ୍ଥକୁ ଛୁଇଁବାକୁ ଅନୁମତି ମିଳିବ ନାହିଁ।

Connected Real Estate

କାର୍ଯ୍ୟାଳୟ
କାର୍ଯ୍ୟାଳୟକୁ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ନ ଆସିବାକୁ ପରାମର୍ଶ।
ସମସ୍ତ କର୍ମଚାରୀ ଏବଂ ଆଗନ୍ତୁକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
ସମସ୍ତ କର୍ମଚାରୀ ଆରୋଗୀ ସେତୁ ଆପ୍‌ ଡାଉନ୍‌ଲୋଡ଼ କରିବେ ଏହାର ବ୍ୟବହାର କରିବେ।
ପ୍ରବେଶ ସମୟରେ ସାନିଟାଇଜର ଏବଂ ଥର୍ମାଲ ସ୍କ୍ରିନିଂ ଜରୁରୀ।
ଯାନବାହନଗୁଡ଼ିକୁ ମଧ୍ୟ କୀଟାଣୁମୁକ୍ତ କରିବା ଜରୁରୀ।
ଜରୁରୀ ପରିସ୍ଥିତିରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବୈଠକ ଆୟୋଜନ ହେଉ।
କର୍ମଚାରୀମାନେ କାମ କରିବା ସମୟରେ ଆବଶ୍ୟକ ଦୂରତା ବଜାୟ ରଖି ବସିବା ଆବଶ୍ୟକ।

ସମ୍ବନ୍ଧିତ ଖବର