ବରିଷ୍ଠ ନାଗରିକ ଓ ସେମାନଙ୍କ ଦେଖାରଖା କରୁଥିବା ଲୋକଙ୍କ ନିମନ୍ତେ ମାର୍ଗଦର୍ଶିକା

ନୂଆଦିଲ୍ଲୀ : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ବୟସ୍କ ଭେଷଜ ବିଭାଗ ପକ୍ଷରୁ କୋଭିଡ-୧୯ ଲକଡାଉନ କାଳରେ ବରିଷ୍ଠ ନାଗରିକମାନଙ୍କ ଯତ୍ନ ଓ ଦେଖାରଖା କରୁଥିବା ଲୋକଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ପତ୍ର ଲେଖି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଆର. ସୁବ୍ରମଣ୍ୟମ କହିଛନ୍ତି ଯେ, ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକମାନେ କୋଭିଡ ସଂକ୍ରମଣରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ସେ ଦୃଷ୍ଟିରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକ ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ସହ ମାର୍ଗଦର୍ଶୀକାର ପ୍ରଚାର ପ୍ରସାର କରିବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସମ୍ବନ୍ଧିତ ଖବର